ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା

ଭୁବନେଶ୍ବର,୧୪/୯: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। ଉଭୟଙ୍କୁ କରୋନା ପଜିଟିଭ ହୋଇଥିବା ନେଇ ନିଜେ ସମୀର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟରେ କହିଛନ୍ତି ଯେ, ଆମେ ସୁସ୍ଥ ଅଛୁ , ଆମ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇ ନିଅନ୍ତୁ।

ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗିତା ଦାଶଙ୍କର କରୋନା’ +ve ବାହାରିଛି ଆମେ ଏବେ ସୁସ୍ଥ ଅଛୁ l  ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି ‘କରୋନା’  ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ l