ମେ’ ୨୬ ରେ ୬ ମାସ ପୁରିଛି କୃଷକ ଆନ୍ଦୋଳନ : ସାରା ଦେଶରେ କଳାଦିବସ ପାଳିବାକୁ କୃଷକ ନେତାଙ୍କ ଆହ୍ୱାନ

ନୂଆଦିଲ୍ଲୀ,୧୫/୫ : କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଶନିବାର ଦିନ କୁହାଯାଇଛି କି ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ ଯାଉଛି । ଏନେଇ ମେ ୨୬ ତାରିଖ ଦିନ ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି କୃଷକ ନେତା ବଲବୀର ସିଂ ରାଜେବାଲ ଦେଶର କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି କି ମେ ୨୬ ତାରିଖରେ କୃଷକମାନେ ନିଜ ଘରେ, ଗାଡିରେ ଓ ଦୋକାନରେ କଳା ପତାକା ଲଗାଇ କୃଷି ଆଇନକୁ ବିରୋଧ କରିବେ। ସେ ଆହୁରି କହିଛନ୍ତି କି ମେ ୨୬ ତାରିଖରେ କୃଷି ଆନ୍ଦୋଳନକୁ ୬ ମାସ ପୁରୁଥିବା ବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରକୁ ୭ ବର୍ଷ ପୁରୁଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ସାରା ଦେଶରେ କୃଷକମାନେ କଳା ଦିବସ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।