ପୁରୀ,୧/୪ : ଆଜି ଉତ୍କଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ । ଏହି ବାଲୁକା କଳାରେ ଶିଳ୍ପୀ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି।ଏହି ବାଲୁକା କଳାଟିର ଉଚ୍ଚତା ୮ଫୁଟ ଏବଂ ଓସାର ୨୦ ଫୁଟ ରହିଛି। ଏଥିରେ ୨୦ ଟନ ବାଲି ବ୍ୟବହାର କରାଯାଇଥିବା ବେଳେ ଏହି ବାଲୁକା କଳା ନିର୍ମାଣ କରିବାକୁ ୧୨ ଘଣ୍ଟା ସମୟ ଲାଗିଥିଲା। ସାରା ଓଡିଶାବାସୀ ଏବଂ ସମସ୍ତ ଓଡ଼ିଆମାନଙ୍କୁ ବାଲୁକା କଳା ମାଧ୍ୟ୍ୟମରେ ଶିଳ୍ପୀ ବନ୍ଦେ ଉତ୍କଳ ଜନନୀ ଏବଂ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି।
Comments are closed.