କିଟ୍ ବିଶ୍ୱବିଦ୍ୟାଳରେ ‘ସାପା’ ଇମ୍ପାକ୍ଟ ଫ୍ରେମୱର୍କ ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ୱର, ୨୪/୦୩ : କିଟ୍ ବିଶ୍ୱବିଦ୍ୟାଳରେ ‘ସାପା’ ଇମ୍ପାକ୍ଟ ଫ୍ରେମୱର୍କ ରିପୋର୍ଟ ଉନ୍ମୋଚିତ। ୟୁନେସ୍କୋ, ସ୍ପୋର୍ଟସ ଆଣ୍ଡ ସୋସାଇଟି ଆକ୍ସିଲେରେଟର, ଭିକ୍ଟୋରିଆ ୟୁନିଭର୍ସିଟି ଏବଂ ‘କିସ୍’ର ମିଳିତ ସହଯୋଗରେ ପ୍ରସ୍ତୁତ ଏହି ରିପୋର୍ଟ କ୍ରୀଡ଼ାକୁ କେବଳ ଏକ ଖେଳ ଭାବରେ ନୁହେଁ ବରଂ ମାନବ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ଦର୍ଶାଇଛି । ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କିଟ୍ ଓ କିସ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଯୋଗଦେଇଥିଲେ । ପ୍ରକାଶିତ କନସେପ୍ଟ ନୋଟ୍ ଅନୁଯାୟୀ, ସାପା ଫ୍ରେମୱର୍କ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନମାନେ ସେମାନଙ୍କର କ୍ରୀଡ଼ା କାର୍ଯ୍ୟକ୍ରମର ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ ପ୍ରଭାବକୁ ବୈଜ୍ଞାନିକ ପଦ୍ଧତିରେ ମାପିପାରିବେ । ୨ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ସାକ୍ଷାତକାର ଆଧାରରେ ପ୍ରସ୍ତୁତ କରାଯାଇଛି । ଉତ୍ସବରେ ଉପସ୍ଥିତ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡ଼ାକୁ ଏକ ବାଧ୍ୟତାମୂଳକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।