ମେଷ : ଏହି ସପ୍ତାହ ଜଗିରଖି ଚଳିବା ଉଚିତ୍। ଭାବିଚିନ୍ତି କାର୍ଯ୍ୟ ନକଲେ ବିପଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଆୟ ମଧ୍ୟମ ରହିବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ସଫଳତା ମିଳିବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ତୋତ୍ର ପାଠ କରନ୍ତୁ।
ବୃଷ : ଏହି ସପ୍ତାହ କର୍ମକ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଶାନ୍ତି ଲାଭ କରିବେ। ସୁସମ୍ବାଦ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ସାବଧାନତା ଅବଲମ୍ବନୀୟ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ : ଏହି ସପ୍ତାହ ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ପ୍ରେମରେ ସଫଳତା ଲାଭ ହେବ। ପଡ଼ୋଶୀଙ୍କ ସହିତ ମତଭେଦ ଦୂରୀଭୂତ ହେବ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିବା ଉଚିତ ନୁହେଁ। ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗାଷ୍ଟକ ପାଠ କରନ୍ତୁ।
କର୍କଟ : ଏହି ସପ୍ତାହ ପାରିବାରିକ ସଦସ୍ୟଙ୍କ ସହିତ ସମୟ କଟାଇବେ। ସୁସମ୍ବାଦ ପ୍ରାପ୍ତ ହେବ। ନୂତନ ଦ୍ରବ୍ୟ ଲାଭ ହେବ। ବୁଧବାର ଓ ଗୁରୁବାର ଶତ୍ରୁ ପରାସ୍ତ ହେବେ। ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ ହେବ। ସୁସମ୍ବାଦ ପ୍ରାପ୍ତ ହେବ। ସଫଳତା ଲାଭ କରିବେ। ବୈବାହିକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ : ଏହି ସପ୍ତାହ ଜଗିରଖି ଚଳିବା ଉଚିତ୍। ଶତ୍ରୁଠାରୁ ଦୂରେଇ ରହିବା ଭଲ। ଶାରୀରିକ ଅସୁସ୍ଥତା ଦେଖାଦେବ। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତ ହେବେ। ନୂତନ ବସ୍ତୁ ଲାଭ ହେବ। ଦେବଦର୍ଶନରେ ଆନନ୍ଦପ୍ରାପ୍ତ ହେବେ। ସୁସମ୍ବାଦ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ବ୍ୟବସାୟ ଓ ବାଣିଜ୍ୟରେ ବିଦ୍ୟାର୍ଥୀ ମଧ୍ୟମ ଫଳପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।
କନ୍ୟା : ଏହି ସପ୍ତାହ ସମୟ ଅନୁକୂଳ ରହିବ। ବନ୍ଧୁ ସହଯୋଗ ଲାଭ ହେବ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ସମସ୍ୟା ମଧ୍ୟଦେଇ ଗତି କରିବାକୁ ହୋଇପାରେ। ବାକ୍ ସଂଯମତା ରକ୍ଷା କରିବେ। ସୁସମ୍ବାଦ ଓ ସଫଳତା ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁରୂପ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା : ଏହି ସପ୍ତାହ ସାବଧାନତା ଅବଲମ୍ବନୀୟ। ଯାନବାହନଜନିତ ସମସ୍ୟା ଦେଖାଦେବ। ଆର୍ଥିକ ଅନଟନ ଦେଖାଦେଇପାରେ। ବୁଧବାର ଓ ଗୁରୁବାର ଭାଗ୍ୟବାଦୀ ହେବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମାନୁରାଗୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା : ଏହି ସପ୍ତାହ ପ୍ରେମରେ ସଫଳତା ଲାଭ ହେବ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଦ୍ରବ୍ୟ ଚୋରି ହେବାର ସମ୍ଭାବନା ରହିଛି। ଶୁକ୍ରବାର ଓ ଶନିବାର କର୍ମ ଅନୁସାରେ ଫଳପ୍ରାପ୍ତ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ମଧ୍ୟମ ଫଳ ପ୍ରଦାନ କରିବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ : ଏହି ସପ୍ତାହ ବନ୍ଧୁ ଓ ସହଯୋଗୀଙ୍କଠାରୁ ସହଯୋଗ ପ୍ରାପ୍ତ ହେେବ। ନୂତନ ବନ୍ଧୁ ଲାଭ ହୋଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ଲାଭ କରିବେ। ପରମ୍ପରାବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।
ମକର : ଏହି ସପ୍ତାହ ସନ୍ତାନହେତୁକ ଚିନ୍ତା ଦୂରୀଭୂତ ହେବ। ପିଲାଙ୍କ ପାଠପଢ଼ା ପାଇଁ ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁ ପରାସ୍ତ ହେେବ। ମାଲିମକଦ୍ଦମାର ସମାଧାନ ହୋଇପାରେ। ଶୁକ୍ରବାର ଓ ଶନିବାର ପ୍ରୀତିଲାଭ ହେବ। ଆର୍ଥିକ ଚିନ୍ତା ଦୂରୀଭୂତ ହେବ। ମାନସିକ ଶାନ୍ତି ଲାଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନୈଶ୍ଚର କବଚ ପାଠ କରନ୍ତୁ।
କୁମ୍ଭ : ଏହି ସପ୍ତାହ ପ୍ରତିଟି ପଦକ୍ଷେପରେ ଜଗିରଖି ଚଳିବେ। ମେରୁଦଣ୍ଡଜନିତ ସମସ୍ୟା ଦେଖାଦେଇପାରେ। ମାନସିକ ଅଶାନ୍ତି ସୃଷ୍ଟି ହେବ। ବୁଧବାର ଓ ଗୁରୁବାର ପିଲାଙ୍କୁ ନେଇ ଗର୍ବ ଅନୁଭବ କରିବେ। ସନ୍ତାନ ଲାଭ କରିପାରନ୍ତି। ଶୁକ୍ରବାର ଓ ଶନିବାର ମନନଶୀଳ ହେବେ। ବନ୍ଧୁ ଲାଭ ହେବ। ଦ୍ରବ୍ୟ ଲାଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦକ୍ଷିଣକାଳୀ କବଚ ପାଠ କରନ୍ତୁ।
ମୀନ : ଏହି ସପ୍ତାହ ସମୟ ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ନୂତନ ଗୃହ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। କର୍ମକ୍ଷେତ୍ରରେ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ବାଙ୍ମୟ ପ୍ରତିଭାର ବିକାଶ ଘଟିବ। ବୈବାହିକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ଚାଳିଶା ପାଠ କରନ୍ତୁ।
