ଫିଲ୍ମ ‘‘ଧୁରନ୍ଧର ୨ କଲେକ୍ସନ କଲା ୧୭୦୦ କୋଟି ଟଙ୍କା, ସଫଳତା ପରେ ମହାକାଳଙ୍କୁ ଦର୍ଶନ କଲେ ସାରା ଅର୍ଜୁନ

ନୂଆଦିଲ୍ଲୀ, ୧୧/୦୪ : ଆଦିତ୍ୟ ଧରଙ୍କ ଫିଲ୍ମ ‘‘ଧୁରନ୍ଧର ୨ : ଦି ରିଭେଞ୍ଜ’’ବର୍ତ୍ତମାନ ବକ୍ସ ଅଫିସରେ ସଫଳତା ହାସଲ କରିଛି । ରଣବୀର ସିଂଙ୍କ ଅଭିନୀତ ଏହି ଫିଲ୍ମର ଜବରଦସ୍ତ ସଫଳତା ପରେ ଅଭିନେତ୍ରୀ ସାରା ଅର୍ଜୁନଙ୍କୁ ରାତାରାତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛି । ଏହାରି ମଧ୍ୟରେ ସାରା ଅର୍ଜୁନ୍ ବାବା ମହାକାଳଙ୍କ ଦର୍ଶକ କରିଛନ୍ତି । ଆଜି ସାରା ଅର୍ଜୁନ ତାଙ୍କ ମା’ଙ୍କ ଜନ୍ମଦିନ ଅବସରରେ ଉଜ୍ଜୟିନୀ ଯାତ୍ରା କରିଥିଲେ । ମହାକାଳଙ୍କ ଦର୍ଶନ କରିବା ସହ ମହାକାଳେଶ୍ବରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଯାହାର ଅନେକ ଫଟୋ ଏବଂ ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଭକ୍ତିମୟ ଭାବନାରେ ବୁଡି ରହିଥିବା ଦେଖିବାକୁ ମିଳିଛି । ମନ୍ଦିର ଭିତରର ପରିବେଶ ଏତେ ଶାନ୍ତ ଏବଂ ଦିବ୍ୟ ଥିଲା ଯେ ସେ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ ହୋଇଯାଇଥିଲେ ବୋଲି ସେ କହିଥିଲେ । ସେ ଭଲ ସ୍ୱାସ୍ଥ୍ୟ, ପ୍ରଗତି ଏବଂ ଖୁସି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ମଧ୍ୟ ସେ କହିଥିଲେ । ଏଥିସହ ସେ ଆହୁରି କହିଥିଲେ ଯ, “ଯେତେବେଳେ ଆପଣ ମନ୍ଦିରରେ ଥାଆନ୍ତି, ଆପଣ ଦୁନିଆର ଅନ୍ୟ ଜିନିଷ ବିଷୟରେ ଚିନ୍ତା କରନ୍ତି ନାହିଁ। ମୁଁ କିଛି ନିର୍ଦ୍ଦିଷ୍ଟ ମାଗି ନଥିଲି, କେବଳ ମୋ ପରିବାରର ଭଲ ସ୍ୱାସ୍ଥ୍ୟ ଏବଂ ଜୀବନରେ ସଫଳତା ପାଇଁ ପ୍ରାର୍ଥନା କରିଥିଲି।