ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ଗଠିତ

ନିହାର ସଭାପତି ଅଶୋକ ସମ୍ପାଦକ

ବୌଦ୍ଧ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ନୂତନ ସରପଞ୍ଚ ସଙ୍ଘ ଗଠିତ ହୋଇଯାଇଛି । ଏନେଇ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ବ୍ଲକର ସମସ୍ତ ସରପଂଚମାନେ ଯୋଗଦେଇ ସର୍ବସମ୍ମତି କ୍ରମେ ବ୍ଲକ ସଭାପତି ଭାବେ କରଂଜକଟା ପଂଚୟତର ସରପଂଚ ନିହାର ରଞ୍ଜନ ଘୋଷଙ୍କୁ ସଭାପତି ଭାବେ ମନୋନୀତ କରିଥିବା ବେଳେ ସମ୍ପାଦକ ଭାବେ ପୁରୁଣା କଟକ ସରପଂଚ ଅଶୋକ ସେଠିଙ୍କୁ ସଙ୍ଘରେ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ଭାବେ ଲୁଣିବାହାଲ ପଞ୍ଚାୟତର ମହିଳା ସରପଂଚ ଚନ୍ଦ୍ରମା ପ୍ରଧାନ, ସହ ସମ୍ପାଦକ ସଂକୁଳେଇ ସରପଂଚ ସୁଶ୍ରୀତା ଛନ୍ଦ କୋଷଧକ୍ଷ ଭାବେ ଆଡେନିଗଡ଼ ସରପଂଚ ଅଜିତ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିବା ବେଳେ ଏଥିରେ ବ୍ଲକର ସମସ୍ତ ପଂଚୟତ ସରପଂଚ ମାନେ ଯୋଗ ଦେଇଥିଲେ ।