ଭୁବନେଶ୍ୱର,୨୭/୬ : ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ସହିତ ରାଜଭବନ ଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିବାର ତରଫରୁ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ହାର୍ଦିକ ଅଭିନନ୍ଦନ ଓ ଶୁଭ କାମନା ଜଣାଇଛନ୍ତି |

ଏହି ଅବସରରେ ଶ୍ରୀ ଶର୍ମା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଲୋକାଭିମୁଖୀ କାର୍ଯକ୍ରମକୁ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଦୃଢ ପ୍ରତିଶୃତି ଦେଇଛନ୍ତି | ଓଡିଶାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲୋକଙ୍କର ପ୍ରଥମ ପସନ୍ଦ ବ୍ୟାଙ୍କର ମାନ୍ୟତା ବଜାୟ ରଖିବା ସହିତ ଆଗାମୀ ଦିନରେ ଉନ୍ନତ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ପ୍ରତିଶୁତି ଦେଇଛନ୍ତି |