ଭୁବେଶ୍ୱର,୧୧/୧୧ : (ଓଡିଶା ଖବର) – ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱର ସର୍କଲ, ଏପିଏମଏଏସ ଏବଂ ସିୱାଇଏସଡି ପକ୍ଷରୁ ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଇନଷ୍ଟିଚ୍ୟୁଟ ଫର ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ ଠାରେ ଗତ ୭ ତାରିଖରେ ଏସବିଆଇ ଏଫପିଓ କନେକ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସବିଆଇର ୨୦ରୁ ଅଧିକ ଅଧିକାରୀଙ୍କ ସହିତ ମୋଟ ୪୯ ଟି ଏଫପିଓ ଏବଂ ୧୬ ଜଣ ଏଫପିଓ ପ୍ରମୋଟର ପ୍ରତିନିଧି ଯୋଗ ଦେଇଥିଲେ । ୪୭ଟି ଏଫପିଓର ଡେସ୍କ ଆକଳନ କରାଯାଇଥିଲା ଏବଂ ୪୫ଟି ଏଫପିଓକୁ ନୀତିଗତ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା ।
ଭାରତରେ ଏଫପିଓଗୁଡ଼ିକର ଏକ ସଂକ୍ଷିପ୍ତ ବିବରଣୀ ଏବଂ ଏଫପିଓଗୁଡ଼ିକୁ କିଭଳି ଭାବେ ବ୍ୟବସାୟିକ ସଂଗଠନରେ ବିକଶିତ କରାଯାଇପାରିବ ସେ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଏଫପିଓ ଗୁଡିକ ପାଣ୍ଠି ଯୋଗାଣକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ପାଇଁ, ସଦସ୍ୟ ମାଲିକାନା, ସେମାନଙ୍କର ଆକାଉଣ୍ଟିଂ ଏବଂ ବୁକକିପିଂ ପ୍ରଣାଳୀ ତଥା ବ୍ୟବସାୟ ଯୋଜନା ଓ ବଜାର ସଂଯୋଗ ସହିତ ସେମାନଙ୍କର ବ୍ୟବସାୟ-ପ୍ରସ୍ତୁତିରେ ଉନ୍ନତି ଆଣିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଭିନ୍ନ ସିବିବିଓ / ଏନଜିଓ ସହଯୋଗରେ ସାରା ଭାରତରେ ଏଭଳି ଏଫପିଓ କନେକ୍ଟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହି ସିରିଜର ଏହା ୧୪ ତମ କାର୍ଯ୍ୟକ୍ରମ ଥିଲା ।