ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୪୨ ତମ ବାର୍ଷିକ ସାଧାରଣ ସଭା

ଭୁବନେଶ୍ୱର, ୨୨/୧୦ (ଓଡିଶା ଖବର): ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫିସରମାନଙ୍କ ଦ୍ଵାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ୪୨ ତମ ବାର୍ଷିକ ସାଧାରଣ ସଭା ୧୯ ତାରିଖରେ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିଅରସ୍ତ (ଇଣ୍ଡିଆ), ଭୁବନେଶ୍ଵର ଠାରେ ଶ୍ରୀଯୁକ୍ତ ଅରୁଣ କୁମାର ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ନବ କିଶୋର ସାହୁ ଅତିଥମାନଙ୍କର ପରିଚୟ କରିବା ସଙ୍ଗେ ସଙ୍ଗେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଫେସର ପ୍ରଭାତ କୁମାର ରାଉଳ (କୁଳପତି) ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ସମିତିର ଭୂମିକା ଉପରେ ସବିଶେଷ ଆଲୋକପାତ କରିଥିଲେ ।

ଅଫିସର ସଂଘର ସଭାପତି ଶ୍ରୀଯୁକ୍ତ ଅମିତାଭ ଦାସ ଉଲ୍ଲେଖ କରିଥିଲେ ଯେ, ଐକ୍ୟ ବଦ୍ଧତା ଯୋଗେ ସମିତିର ତଥା ସଂଘର ଉତ୍ତରୋତ୍ତର ଉନ୍ନତି ସମ୍ପାଦିତ ହୋଇପାରିଛି ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କରିଥିଲେ । ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ବିଶୋଇ ତାଙ୍କର ସ୍ୱାଗତ ଭାଷଣ ପ୍ରଦାନ କରିବା  ସଙ୍ଗେ ସଙ୍ଗେ ସଭାଟିକୁ ସୁଚାରୁରୂପେ ପରିଚାଳନା କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଷ୍ଟେଟ ବ୍ୟାଙ୍କ ଷ୍ଟାଫ ଆସୋସିଏସନ ଭୁବନେଶ୍ଵର ସର୍କଲର ସଭାପତି ଡଃ ତପନ କୁମାର ପାଲ ଓ ସମ୍ପାଦକ ଡଃ ଚିତ୍ତରଞ୍ଜନ ପଣ୍ଡା  ଏହି ବୈଠକରେ ଉଦ‌ବୋଧନ ଦେଇଥିଲେ । ସର୍ବଶେଷରେ କୋଷାଧକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

SBI_Festive_Digital Billboard