ଷ୍ଟେଟ ବ୍ୟାଙ୍କ ପେନସନ ଫଣ୍ଡ ଦ୍ଵାରା ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’କୁ ଭ୍ରାମ୍ୟମାଣ ମେଡିକାଲ ଭ୍ୟାନ ପ୍ରଦାନ

0

ଭୁବନେଶ୍ୱର,୪/୪ : ଷ୍ଟେଟ ବ୍ଯାଙ୍କ ପେନସନ ଫଣ୍ଡ ପ୍ରାଇଭେଟ ଲିମିଟେଡ୍ ଦ୍ଵାରା ଭୁମିକାଚକ୍ଷୁ ଚିକିତ୍ସାଳୟକୁ ଏକ ଭ୍ରାମ୍ୟମାଣ ମେଡିକାଲ୍ ଭ୍ୟାନ ଏବଂ ଯନ୍ତ୍ରପାତି ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କ , ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ୱର ପରିସରରେ ୪,ଏପ୍ରିଲ ୨୦୨୫ ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଣୟ ରଂଜନ ଦ୍ୱିବେଦୀ ଭୁମିକା ଚକ୍ଷୁ ଚିକିତ୍ସାଳୟର ଅଧିକାରୀ ମାନଙ୍କୁ ଏହି ଗାଡି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଦୀନେଶ ପ୍ରୁଥିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.