ଜୁନ ୩୦ ପୂର୍ବରୁ ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ କରାଇ ନିଅନ୍ତୁ, ନଚେତ ଇନଆକ୍ଟିଭ୍ ହୋଇଯିବ ଆପଣଙ୍କ ପାନ୍ କାର୍ଡ : SBI

ନୂଆଦିଲ୍ଲୀ,୪ /୬ : ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ୪୪ କୋଟି ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର ରଖିଛି । ଏସବିଆଇ ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ଯେ ଜୁନ ୩୦ ତାରିଖ ପୂର୍ବରୁ ଗ୍ରାହକ ନିଜର ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ କରାଇ ଦିଅନ୍ତୁ । ନଚେତ ବ୍ୟାଙ୍କ କାରବାରରେ ସମସ୍ୟାର ସମ୍ମୁଖୀନ ହେବେ ।

ଏସବିଆଇ ଟ୍ୱିଟ୍ କରି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି ଯେ, ଯଦି ଆଧାର ଓ ପାନ୍ କାର୍ଡ ଲିଙ୍କ୍ କରାଯାଇନଥିବ ତାହେଲେ ପାନ୍ କାର୍ଡ ଇନଆକ୍ଟିଭ୍ ହୋଇଯିବ ଏବଂ ବ୍ୟାଙ୍କ କାରବାରରେ ଗ୍ରାହକଙ୍କୁ ଅସୁବିଧା ହେବ । ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖ ୩୦ଜୁନ ।

ସୂଚନାଯୋଗ୍ୟ, ଟିକସଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ଆଧାର ଓ ପ୍ୟାନ୍ ଲିଙ୍କ କରାଇବା ଶେଷ ତାରିଖ ୨୦୨୧ ଜୁନ ୩୦ ତାରିଖକୁ ବୃଦ୍ଧି କରିଥିଲେ। ସରକାର ପ୍ରଥମଥର ପାଇଁ ୨୦୧୭ ଜୁଲାଇରେ ପାନ୍ ଓ ଆଧାର ଲିଙ୍କ୍ କରିବାର ସମୟସୀମା ସ୍ଥିର କରିଥିଲେ। ସେବେଠାରୁ ସରକାର ଏହାର ସମୟସୀମାକୁ ଅନେକ ଥର ବୃଦ୍ଧି କରିଛନ୍ତି।