୨୦୧୪ ପେନସନ ଯୋଜନାକୁ ଜାରି ରଖିଲେ ସୁପ୍ରିମକୋର୍ଟ, କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୪/୧୧ : ଆଜି ସୁପ୍ରିମକୋର୍ଟ ୨୦୧୪ର ସଂଶୋଧିତ କର୍ମଚାରୀ ପେନସନ ଯୋଜନାର ବୈଧତାକୁ ବଳବତ୍ତର ରଖିଛନ୍ତି । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମାସିକ ୧୫ ହଜାର ଟଙ୍କିଆ ବେତନ ସୀମାକୁ ରଦ୍ଦ କରିଛନ୍ତି। ୨୦୧୪ରେ ସଂଶୋଧନ ପରେ ମୂଳ ବେତନ ଏବଂ ମହଙ୍ଗାଇ ଭତ୍ତାକୁ ମିଶାଇ ଯେଉଁ କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କା ଥିଲା ସେମାନଙ୍କୁ ପେନସନରେ ଯୋଜନାରେ ସାମିଲ୍ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା।ଏଥିରୁ ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ଯୋଜନାରେ ସାମିଲ୍ ହେବାକୁ ହେଲେ ଅତିରିକ୍ତ ୧.୧୬ ଯୋଗଦାନ ଦେବାର ନିୟମ କରାଯାଇଥିଲା।

ସଂଶୋଧନ ପୂର୍ବରୁ ସର୍ବାଧିକ ପେସନନ ପ୍ରତି ମାସ ୬୫୦୦ ଟଙ୍କା ରହିଥିଲା। ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଧ ବୋସ୍ ଏବଂ ବିଚାରପତି ସୁଧାଂଶୁ ଧୁଲିଆଙ୍କ ପୀଠ ଆଜି ଏହି ମାମଲା ଉପରେ ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯେଉଁ କର୍ମଚାରୀ ପେନସନ ଯୋଜନାରେ ସାମିଲ୍ ହେବାର ବିକଳ୍ପ ଚୟନ କରି ନାହାନ୍ତି, ସେମାନଙ୍କୁ ଛଅ ମାସ ଭିତରେ ଯୋଜନାରେ ସାମିଲ୍ ହୋଇ ପାରିବେ।

 

SBI_Festive_Digital Billboard