କଟକ ବଡ଼ ମେଡିକାଲ ଛାତରୁ ଫ୍ୟାନ୍‌ ଖସି ମହିଳାଙ୍କ ମୃତ

କଟକ,୧୬/୩ : କଟକ ବଡ଼ ମେଡିକାଲର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍‌ ଖସି ପଡି ଗୁରୁତର ଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମହିଳା ଯାଜପୁର ଜିଲ୍ଲାର ପାର୍ବତୀ ଦାସ ବୋଲି ଜଣାପଡ଼ିଛି ।

ଗତ ୮ ତାରିଖ ଦିନ କଟକ ଏସ୍‌ସିବି ମେଡିକାଲରେ ଅଘଟଣ ଘଟିଥିଲା । ତେବେ ଏହି ସମୟରେ କଟକ ବଡ ମେଡିକାଲର ସର୍ଜରୀ ବିଭାଗର ୨ ମହଲାରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ଉପରେ ଫ୍ୟାନ୍ ଚାଲୁଥିବା ସମୟରେ ଖସିପଡିଥିଲା । ଯାହାଫଳରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇଥିଲା । ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ମହିଳାଙ୍କର ମୃତ୍ୟୁ ହୋଇଯାଇଛି ।