ଇମ୍ଫାଲ,୨୧/୧୨ : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ମୁହଁମୁହିଁ ଧକ୍କା। ଦୁର୍ଘଟଣାରେ ୧୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ଏଭଳି ଦୁଃଖଦ ଘଟଣା ଘଟିଛି ମଣିପୁର ନୋନୀ ଜିଲ୍ଲାରେ। ଜିଲ୍ଲାର ବିଷ୍ଣୁପୁର-ଖୋଉପୁମ ରାସ୍ତାରେ ଓ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ମିଳିଥିବା ରିପୋର୍ଟ ଅନୁସାରେ ୟାରିପୋକର ଥାମ୍ବାଲନୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର
ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଦୁଇଟି ବସ୍ ପରସ୍ପର ସହିତ ଧକ୍କା ହୋଇଥିଲେ। ଷ୍ଟଡି ଟୁର୍ ପାଇଁ ଏହି ବସ୍ ଦୁଇଟି ଛାତ୍ରଛାତ୍ରୀଙ୍କୁ ନେଇ ଖୋଉପୁମ ଅଭିମୁଖେ ଯାଉଥିଲେ। ହେଲେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏତେବଡ଼ ଦୁର୍ଘଟଣା ଘଟି ଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ସେହିପରି ଏହି ଦୁର୍ଘଟଣାରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଷ୍ଣୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତରଙ୍କୁ ରାଜ ମେଡିସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାାଇଛି।