ଭୁବନେଶ୍ୱର, ୨୫/୦୬ : ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲୁଛି ସ୍କୁଲ । ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି , ସ୍କୁଲଗୁଡ଼ିକୁ ସଫେଇ କରାଯାଇଛି । ଜଳ ବିଶୋଧନ ପରେ ସ୍କୁଲ ଗୁଡିକ ଆଜି ଖୋଲୁଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସ୍କୁଲ ଜଳ ବିଶୋଧନକୁ ଗୁରୁତ୍ୱ ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏହାକୁ ମନିଟରିଙ୍ଗ୍ କରିଛନ୍ତି । ତେବେ ଶିକ୍ଷକମାନେ ସ୍କୁଲ ଆସୁଥିବା ବେଳେ କେବଳ ପିଲାମାନଙ୍କ ପାଇଁ ଛୁଟି ଅବଧି ବୃଦ୍ଧି କରିଥିଲେ ଜିଲ୍ଲାପାଳ। ଯାଜପୁରରେ ଡାଇରିଆ ପରେ ଜଣ୍ଡିସ୍ ସମସ୍ୟା ଦେଖାଦେଇଛି । ଜଣ୍ଡିସ୍ ରୋଗୀ ଚିହ୍ନଟ ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ୧୫ ଜଣକ ରକ୍ତ, ୧୦ ଜଣକ ଝାଡା ଓ ୪ ଜଣକ ଜଳ ନମୁନା ପରୀକ୍ଷା ପାଇଁ ନିଆ ଯାଇଛି । ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇ ସେବା ଯୋଗାଇ ଦିଆଯାଉଛି ।