ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକଙ୍କ ପଦବୀ ଖାଲି ପଡିଛି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଆଜି ବିଧାନସଭାରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟରେ ଥିବା ବିଜ୍ଞାନାଗାର ବାବଦରେ ବିସ୍ତୃତ ତଥ୍ୟ ମନ୍ତ୍ରୀ ଦେଇଛନ୍ତି ।ସ୍କୁଲମାନଙ୍କରେ ବିଜ୍ଞାନାଗାର ଖୋଲିବା ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନାଗାର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ କରାଯାଇଛି ।

୨୫୬୨ ହାଇସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନାଗାର ନିର୍ମାଣ କରିବାକୁ ଯୋଜନା ରହିଛି । ୧୦୦ଟି ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନାଗାର ଅଛି। ସିଏସଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଉଛି । ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଉଛି ।