କେନ୍ଦ୍ରାପଡା,୨୭/୯: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଗୋବରୀ ମଣ୍ଡଳ (ଜୋନ -୧୯) ରେ ସେବା ସମର୍ପଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ଅବସରରେ ଆୟୋଜିତ ସେବା ସପ୍ତାହରେ ଦେଉଳପଡା ଗ୍ରାମପଞ୍ଚାୟତର ଗଜେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସହ ନିକଟସ୍ଥ ଦେଉଳପଡା ଗ୍ରାମ ଶ୍ମାଶନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ଅଭିମନ୍ୟୁ ଗୋଛାୟତ, ବରିଷ୍ଠ ବିଜେପି ନେତା ଶିବ ପ୍ରସାଦ ସ୍ୱାଇଁ, ପ୍ରତାପ ତ୍ରିପାଠୀ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ଦାସ, ମଣ୍ଡଳ ଉପସଭାପତି କେଶବ ଭୋଳ ଓ ସରୋଜ କାନ୍ତ ରାଉତ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ମୁଦୁଲି , ମଣ୍ଡଳ ସମ୍ପାଦକ ମାନସ ମହାନ୍ତି,ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଘ୍ନେଶ ସେଠୀ,ମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ଅଜିତ ସାମଲ, ସାଧାରଣ ସମ୍ପାଦକ ନିର୍ମଳ ସାହୁ,ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ତଥାଗତ ବେହେରା,ବିଶ୍ୱଜିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l