ନୂଆଦିଲ୍ଲୀ, ୧୦/୦୮ : ଘରୋଇ କଳି ପାଇଁ ସ୍ୱାମୀର ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ । ଏହା ଅଜବ ଲାଗିଲେ ମଧ୍ୟ ଏହା ସତ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜଗଦିଶପୁର ଅଞ୍ଚଳ ଫସନଗଞ୍ଜ କଚନ ଗ୍ରାମରେ । ସେଠାରେ ରହୁଥିବା ଅନସାରି ଅହମଦଙ୍କ ଦ୍ୱିତୀୟ ସ୍ତ୍ରୀ କରିଛି ଏଭଳି ଜଘନ୍ୟ କାଣ୍ଡ । ଅହମଦଙ୍କର ୨ଜଣ ସ୍ତ୍ରୀ । ସାବେଜୁଲ ଓ ନଜନିନ ବନୋ । ସେମାନଙ୍କର କୌଣସି ପିଲାପିଲି ନାହାନ୍ତି । ଘର କଥାକୁ ନେଇ ୩ ଜଣଙ୍କ ମଧ୍ୟରେ ସବୁବେଳେ କଳିଗୋଳ ଲାଗି ରହୁଥିଲା । ହେଲେ ଶନିବାର ରାତିରେ ସେମାନଙ୍କ ଭିତରେ ବଡ଼ ଧରଣର ଝଗଡ଼ା ହେଲା । ଯାହାକୁ ନେଇ ନଜନିନ ଅନସାରିଙ୍କ ଜୈନାଙ୍ଗ କାଟି ଦେଇଥିବା ଜଣାପଡ଼ିଛି । ଗୁରୁତର ଆହତ ଅବସ୍ଥାରେ ଏବେ ଅନସାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଅନ୍ୟପଟେ ଅନସାରିଙ୍କ ଦ୍ୱିତୀୟ ସ୍ତ୍ରୀ ନଜନିନଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।