ଢାକାରେ ହିଂସା, ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ନୂଆଦିଲ୍ଲୀ,୧୭/୧୧; ଜଳୁଛି ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍ ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହୋଇଛି । ଶେଖ୍ ହାସିନାଙ୍କ ଉପରେ ରାୟ ଆସିବା ପୂର୍ବରୁ ବ୍ୟବସାୟୀ ବର୍ଗ ଭୟ କରୁଛନ୍ତି ଯେ, ରାଜନୈତିକ ଅସ୍ଥିରତା ପୂର୍ବରୁ ଦୁର୍ବଳ ଥିବା ଅର୍ଥନୈତିକ ପରିସ୍ଥିତିକୁ ଆହୁରି ଖରାପ କରିପାରେ । ଉତ୍ତେଜନାକୁ ନେଇ ବାଂଲାଦେଶ ହାଇଆଲର୍ଟରେ ରହିଛି । ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଗୁଳି କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ହୋଇଛି ।