ଭୁବନେଶ୍ଵର, ୧୨/୦୬ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ ଆଇପିଏସ ସ୍ବାତୀ ଏସ୍.କୁମାର। ଏସଟିଏଫ୍ ରେ ଏସ୍ପି ଭାବରେ ସ୍ବାତୀ ଏସ୍.କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ। ସେ ଆଇବି ଜଏଣ୍ଟ ଡେପୁଟି ଡାଇରେକ୍ଟର ଭାବେ ଦାୟିତ୍ଵରେ ଯୋଗଦେବା ନେଇ ଜଣାପଡିଛି। ଏ ନେଇ କେନ୍ଦ୍ରୀୟ ଡେପୁଟେସନ ନେଇ ଅନୁମତି ଦେଲେ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ। ବରିଷ୍ଠ ଆଇପିଏସ ସ୍ବାତୀ ଏସ୍.କୁମାର ୨୦୧୭ ବ୍ୟାଚ୍ର ଓଡ଼ିଶା କ୍ୟାଡର ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ପରବର୍ତ୍ତି ସମୟରେ ମେ ୨୪ ତାରିଖରେ ଏସଟିଏଫ୍ ଏସ୍ପି ଭାବେ ଦାୟିତ୍ବ ଦେଇଥିଲା ଗୃହ ବିଭାଗ।