କଟକ,୯/୬: ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ରୂପେ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ଜୁନ ୧୧ତାରଖରେ ବିଚାରପତି ଭାବେ ସେ ଶପଥ ନେଇ ପାରନ୍ତି।ସାବିତ୍ରୀ ରଥଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପାଇଁ ରହିଥିବା ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ବରିଷ୍ଠ ଅଇନଜୀବି ସାବିତ୍ରୀ ରଥଙ୍କ ନାମକୁ ସୁପାରିଶ କରାଯାଇଥିଲା । ସାବିତ୍ରୀ ରଥ ପୂୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରପୁଲ୍ଲ ରଥଙ୍କ କନ୍ୟା ।