କଣାସ,: କଣାସ ବ୍ଲକ ଅର୍ନ୍ତଗତ ଗଡସାନପୁଟ ଗ୍ରାମ ପଞ୍ଚାୟତର ଚଉଦମୌଜା ବିଦ୍ୟୁତ୍ ସ୍ନାତକ ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପକ ଶରତ କୁମାର ଷଢଙ୍ଗୀ ବି.ଏ. ପାସ୍ ନକରି ଏମ୍.ଏ ପାସ୍ ସାର୍ଟିଫିକେଟ୍ ଦେଇ ଓଡିଆ ଅଧ୍ୟାପକ ଭାବେ ଦୀର୍ଘ ଦିନ ହେଲା କାର୍ଯ୍ୟକରୁଥିବା ଅଭିଯୋଗ ହେଉଛି । ଖବର ନେବାରେ ଜଣାପଡିଛି ଶ୍ରୀଷଢଙ୍ଗୀ ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧାରେ ୧୯୯୧-୯୨ ମସିହାରେ ବି.ଏ ଫାଇନାଲ୍ ପରୀକ୍ଷା ଦେଇ ମାଲପ୍ରାଟିସ୍ରେ ଧରାପଡିଥିବା ବେଳେ ୧୯୯୪ ମସିହାରେ ଏମ୍.ଏ ରୋଲ ନଂ-୨୧୯୦୩ପି୫୬୯ରେ ପାସ୍ କରିଥିବା କଲେଜ୍ରେ ସାର୍ଟିଫିକେଟ୍ ଦେଇ କାର୍ଯ୍ୟରେ ଯୋଗଦେଇଛନ୍ତି ।
ଅପରପକ୍ଷରେ ବି.ଏ.ରେ ମାଲପ୍ରାଟିସ୍ ହୋଇଥିବାବେଳେ ରିଜୋନାଲ୍ ଡାଇରେକ୍ଟର ଅଫ୍ ହାଇୟର ଏଜୁକେସନ୍ କାର୍ଯ୍ୟାଳୟରୁ କିପରି ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାର୍କସିଟ୍ ଜାଲିଆତିକରି ଏମ୍.ଏ.ରେ ନାମଲେଖାଇଲେ ଏଥିପାଇଁ ଉତ୍କଳ ୟୁନିଭରସିଟିର କଣ୍ଟ୍ରୋଲୋର ଅଫ ଏଗେଜାମିନର୍ ଚିଠି ନମ୍ବର୧୬୦୫୯୩(୧୨) ତା ୦୮.୦୪.୨୦୨୨ରେ ନୋଟିସ୍ ଜାରି କରିଥିଲେ । ତାଙ୍କର ବି.ଏ ଫାଇନାଲ ସାର୍ଟିଫିକେଟ୍ ନାହିଁ ।
କୌଣସି ଉତ୍କଳ ଉୟୁନିଭରସିଟିର କର୍ମଚାରୀଙ୍କୁ ଏହି ଜାଲିଆତି ସଂପୃକ୍ତ ଅଛନ୍ତି । ପି.ଏନ କଲେଜ୍ ଖୋର୍ଦ୍ଧା ସ୍ପଟ କରିଛନ୍ତି ଯେ ଷଢଙ୍ଗୀଙ୍କର କୌଣସି ସଂର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯାଇ ନାହିଁ । ତାଙ୍କୁ ବି.ଏ ପରୀକ୍ଷାରେ ଏମ.ପି କରାଯାଇଛି । ଏହା ସୂଚନା ଅଧିକାର ଆଇନ୍ ବଳରେ ଜଣାପଡିଛି । ଉତ୍କଳ ୟୁନିଭରସିଟି ପକ୍ଷରୁ ଏହାର ତଦନ୍ତ କରିବାପାଇଁ ଚିଠି ନଂ- ଇ.ସି-୧୧୬୫୯୩(୧୨) ତା.୦୪.୦୮.୨୦୨୨ରେ ରିଜୋନାଲ ଡାରେକ୍ଟର ଏଜୁକେସନ୍ ଭୁବନେଶ୍ୱର, ଅଧ୍ୟକ୍ଷ ପି.ଏନ କଲେଜ୍ ଖୋର୍ଦ୍ଧା, ଅଧ୍ୟକ୍ଷ ଚଉଦମୌଜା ବିଦ୍ୟୁତ୍ ମହାବିଦ୍ୟାଳୟ, ଇନ୍ଫରେମେସନ୍ ଅଫିସର ଉତ୍କଳ ୟୁନିଭରସିଟି, ଡିପେପୁଟି କଣ୍ଟ୍ରୋରୋଲର ଏଗେଜାମିନର୍ ଉତ୍କଳ ଉୟୁନିଭରସିଟି, ସେକ୍ରେଟାରୀ ଭାଇସି ଚାନସଲର୍ ଉତ୍କଳ ୟୁନିଭରସିଟିଙ୍କୁ ଏହା ତଦନ୍ତ କରିବାପାଇଁ ପରାମର୍ଶ ଦେଛନ୍ତି ।
ଏ ସଂପର୍କରେ ଚଉଦମୌଜା ବିଦ୍ୟୁତ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ଶ୍ରୀଷଢଙ୍ଗୀ ସଂପର୍କରେ ଉତ୍କଳ ଉୟୁନିଭରସିଟିରୁ ଚିଠି ଆସିଥିଲା ମୁଁ ଷଡଙ୍ଗୀଙ୍କ ସମସ୍ତ କାଗଜପତ୍ର ୟୁନିଭରସିଟିରେ ଜମାକରିଦେଇଛି । ସେମାନେ ଯାହା ନିଷ୍ପତ୍ତି ନେବେ ।