ନୂଆଦିଲ୍ଲୀ, ୯/୮ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି | ଏ ଭିତରେ ଭାରତରୁ ଆସିଛି ଏକ ଖୁସି ଖବର | ବିଶ୍ୱର ସର୍ବ ବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କହିଛି ଯେ ଏହାର କରୋନା ଟିକାର ଗୋଟିଏ ଡୋଜ ତିନି ଡଲାର (ପ୍ରାୟ 225 ଟଙ୍କା) ହେବ । କମ୍ପାନୀ ଭାରତ ଏବଂ ଭାରତ ଭଳି ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ 100 ନିୟୁତ(10 କୋଟି) କରୋନା ଟିକା ଉତ୍ପାଦନ କରିବ | ଏଥିପାଇଁ କମ୍ପାନୀ ଗାଭି ଭ୍ୟାକ୍ସିନ୍ ଅର୍ଗାନାଇଜେସନ୍, ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ବୁଝାମଣା କରିଛି, ଯାହା ଅଧୀନରେ କମ୍ପାନୀକୁ 150 ମିଲିୟନ୍ ଡଲାର୍ (ପ୍ରାୟ 1,125 କୋଟି ଟଙ୍କା) ସହାୟତା ରାଶି ମିଳିବ ।
ଗାଭି ଟିକା ସଂଗଠନ ହେଉଛି ଏକ ସରକାରୀ-ବେସରକାରୀ ବିଶ୍ୱ ସ୍ୱାସ୍ଥ୍ୟ ସହଭାଗୀତା ଯାହା ମିଳିତ ଜାତିସଂଘ ଦ୍ୱାରା ସମର୍ଥିତ, ଯାହା ଗରିବ ଦେଶରେ ଟୀକାକରଣ ବୃଦ୍ଧି କରିବା ନେଇ କାର୍ଯ୍ୟ କରିଥାଏ | ଗେଟସ୍ ଫାଉଣ୍ଡେସନ୍ ଗାଭିଙ୍କୁ ପାଣ୍ଠି ଯୋଗାଇବ, ଯାହା ସେରମ୍ କମ୍ପାନୀକୁ ଦିଆଯିବ |
SII ସିଇଓ ଅଦାର ପୁନାୱାଲା କହିଛନ୍ତି, ‘କରୋନା ବିରୁଦ୍ଧରେ ଆମର ସଂଗ୍ରାମକୁ ଅଧିକ ଦୃଢ ତଥା ସର୍ବବ୍ୟାପୀ କରିବା ପାଇଁ SII 2021 ମସିହାରେ ଭାରତ ଏବଂ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ 10 କୋଟି କରୋନା ଡୋଜ ଉତ୍ପାଦନ ଆରମ୍ଭ କରିଛି ଏବଂ ବଣ୍ଟନ ପାଇଁ ଗାଭି ଏବଂ ଗେଟ୍ସ ଫାଉଣ୍ଡେସନ୍ ସହିତ ସହଭାଗୀ ଅଛି |