ନୂଆଦିଲ୍ଲୀ, ୧୭/୦୯ : ଆନ୍ଧ୍ରପ୍ରଦେଶ ନେଲୋରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହିତ ଏକ କାର୍ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରରର ୭ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ସଙ୍ଗମ ମଣ୍ଡଳ ନିକଟରେ ଏକ ଟ୍ରକ କାର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କର ଜୀବନ ଚାଲଯାଇଛି । ପୋଲିସ କହିବା ମୁତାବକ, ମୃତକ ନେଲୋର ସହରର ରହୁଥିବା ଏକ ସରକାରୀ ହସପିଟାଲକୁ ସଂପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ । ନେଲୋର ଜିଲ୍ଲାର ସଙ୍ଗମ ମଣ୍ଡଳ ନିକଟରେ ବାଲି ଭର୍ତ୍ତି ଟ୍ରକ କାର୍ ସହିତ ଧକ୍କା ହେବା ଯୋଗୁଁ ୧୫ ବର୍ଷୀୟ ନାବାଳିକା ସହିତ ପରିବାରର ୭ ଜଣଙ୍କର ଜୀବନ ଚାଲିଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଡ୍ରାଇଭରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ମାମଲା ଦାୟର କରାଯାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବା ନାୟଡୁ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଶୋକ ସନ୍ତପ୍ତ ପରିବାରକୁ ସଂପୂର୍ଣ୍ଣ ସମର୍ଥନ ସହିତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।
