ଭୁବନେଶ୍ୱର, ୨୨/୦୬ : ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଦ୍ବାରା ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ପରେ ନିହତ ଆଙ୍କବାଦୀଙ୍କୁ ଉଦ୍ଧାର କରାଯାଇଛି । ଏହି ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇ ମାଓ ନେତା ଏବଂ ବିଜାପୁରର ଜଣେ ବାସିନ୍ଦା ଆତଙ୍କବାଦୀ ସଂଗଠନରେ ସାମିଲ ଥିଲେ । ଚିହ୍ନଟ ପରେ ଜଣାପଡିଛି ଯେ, ସିପିଆଇ କେନ୍ଦ୍ରୀୟ କିମିଟିର ସଦସ୍ୟ ଗୌତମ ଓରଫ୍ ସୁଧାକର ଏବଂ ଅନ୍ୟ ଜଣେ ହେଲେ ରାଜ୍ୟ କିମିଟିର ସଦସ୍ୟ ଭାସ୍କର ରାଓ । ଯାହା ସଂଗଠନ ପାଇଁ ବଡ଼ ଆଘାତ ବୋଲି କୁହାଯାଇଛି । ଏମାନଙ୍କ ବ୍ୟତୀତ ବିଜାପୁରର ଇର୍ପାଗୁଟ୍ଟା ଗାଁର ବାସିନ୍ଦା ମହେଶ କୋଡିୟାନ ମଧ୍ୟ ଏହି ମାଓ ସଂଗଠନରେ ସାମିଲ ଥିଲେ । ଯିଏ କି ଗାଁ ସ୍କୁଲରେ ରୋଷେୟା ଭାବେ କାମ କରୁଥିଲେ । ଏହା ସହିତ ସେ ଜାତୀୟ ଉଦ୍ୟାନରେ ସଦସ୍ୟ ଭାବେ ମଧ୍ୟ ପରିଗଣିତ ହୋଇଥିଲେ । ତାଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦରମା ଦିଆଯାଇଥିଲା । ଜଣେ ସରକାରୀ କର୍ମଚାରୀ କିଭଳି ଭାବରେ ଆତଙ୍କବାଦୀ ସଂଗଠନରେ ସାମିଲ ହେଲେ ସେନେଇ ବର୍ତ୍ତମାନ ତଦନ୍ତ ଚାଲିଛି । ପୋଲିସ ଏହି ମାମଲାକୁ ତଦନ୍ତ କରିବା ସହ ସେପ୍ରକାର ସଂଗଠନ ସହିତ ସମ୍ପର୍କ ଭୋଙ୍ଗିବାକୁ ନିବେଦନ କରିଛି । ଯାହା ଅଞ୍ଚଳର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ନୁହେଁ, ବରଂ ବ୍ୟକ୍ତିର ଜୀବନ ଏବଂ ଭବିଷ୍ୟତକୁ ମଧ୍ୟ ବିପଦରେ ପକାଇଥାଏ ।