୨୦୨୫ରେ ୭ଟି ରାଜଯୋଗ : ଏହି ରାଶିର ବଦଳିଯିବ ଭାଗ୍ୟ

୨୦୨୫ରେ ବଡ ଗ୍ରହଙ୍କ ଚଳନର ଯୋଗ ସହ ରାଜଯୋଗ ହେବାକୁ ଯାଉଛି । ବିଭିନ୍ନ ରାଶି ବ୍ୟକ୍ତି ବିଶେଷ ଲାଭବାନ୍‌ ହେବା ସହ ବିଶେଷ ଭାବେ ମେଷ, ବୃଷ, କର୍କଟ, ସିଂହ, ତୁଳା ଓ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ନୂଆବର୍ଷରେ ରାଜଯୋଗ କାରଣରୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ୨୦୨୫ରେ ଗ୍ରହଙ୍କ ଚଳନ ଓ ବିଶେଷ ସଂଯୋଗ କାରଣରୁ ୭ ଶୁଭ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି ।

ଜାଣନ୍ତୁ କେଉଁ ରାଜଯୋଗ ଫଳରେ କେଉଁ ରାଶି ହେବେ ଭାଗ୍ୟଶାଳୀ..

ଯେଉଁ ସମୟରେ ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ସହ ପରସ୍ପରର କେନ୍ଦ୍ରରେ ରହି ଥାନ୍ତି, ସେହି ସମୟରେ ଗଜକେସରୀ ଯୋଗ ସୃଷ୍ଟି ହୋଇଥାଏ । ବର୍ଷ ୨୦୨୫ରେ ମାର୍ଚ୍ଚ ରୁ ଜୁଲାଇ ମଧ୍ୟରେ ଏହି ରାଜଯୋଗ ସୃଷ୍ଟି ହେବ । ଏହି ଯୋଗ ଫଳରେ ବୁଦ୍ଧି, ଯଶ ଓ କୀର୍ତ୍ତି ବଢିବ । ବିଶେଷ କରି ମେଷ, କର୍କଟ, ବିଛା ଓ ଧନୁ ରାଶି ବ୍ୟକ୍ତି ବିଶେଷ ଏହି ଯୋଗ ଫଳରେ ଲାଭବାନ୍‌ ହେବେ ।

ଦେବ ଗୁରୁ ବୃହସ୍ପତି କେନ୍ଦ୍ର ସ୍ଥାନ (୧,୪,୭,୧୦ ଭାଗରେ) ରହି ସ୍ୱରାଶି (ଧନୁ,ମୀନ) କିମ୍ବା ଉଚ୍ଚ ରାଶି କର୍କଟରେ ରହିଲେ ଏହି ଯୋଗ ସୃଷ୍ଟି ହୋଇଥାଏ । ମେ’୨୦୨୫ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଗୁରୁ କର୍କଟ ରାଶିରେ ଚଳନ କରିବା ପରେ ଏହି ଯୋଗ ସୃଷ୍ଟି ହେବ । ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଏହା ଦ୍ୱାରା ବ୍ୟକ୍ତିଙ୍କୁ ଉଚ୍ଚ ପଦ, ମାନ-ସମ୍ମାନ ଓ ଧନ ପ୍ରାପ୍ତି ହୋଇଥାଏ । ଏହି ଯୋଗ ଫଳରେ କର୍କଟ, ମୀନ ଓ ଧନୁ ରାଶି ବ୍ୟକ୍ତି ବିଶେଷ ବିଶେଷ ଭାବେ ଲାଭବାନ୍‌ ହେବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର କେନ୍ଦ୍ର ଭାଗ (୧,୪,୭,୧୦)ରେ ରହି ସ୍ୱରାଶି (ବୃଷ,ତୁଳା) କିମ୍ବା ଉଚ୍ଚ ରାଶି (ମୀନ)ରେ ରହିଲେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ। ଏପ୍ରିଲ ୨୦୨୫ ଓ ନଭେମ୍ବର ୨୦୨୫ ମଧ୍ୟରେ ଯେତେବେଳେ ଶୁକ୍ର ମୀନ ରାଶିରେ ଚଳନ କରିବେ ସେହି ସମୟରେ ବୃଷ, ତୁଳା ଓ ମୀନ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଏହି ଯୋଗ ଫଳରେ ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ବୈବାହିକ ସୁଖ ମିଳିଥାଏ ।

ସୂର୍ଯ୍ୟ ଓ ବୁଧ ଗୋଟିଏ ରାଶିରେ ଏକାଠି ହେବା ଦ୍ୱାରା ଏହି ଯୋଗ ସୃଷ୍ଟି ହୋଇଥାଏ । ଜାନୁଆରୀ, ଫେବୃଆରୀ, ଅଗଷ୍ଟ ଓ ସେପ୍ଟେମ୍ବର ୨୦୨୫ରେ ମିଥୁନ, କନ୍ୟା ଓ ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ । ବୁଦ୍ଧି ଓ ନିର୍ଣ୍ଣୟ ନେବା କ୍ଷମତା ବୃଦ୍ଧି ହେବ । ବିଶେଷ ଭାବେ ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ସୂର୍ଯ୍ୟ ଓ ଶନି ଏକାଠି ହେବା ଦ୍ୱାରା ସୂର୍ଯ୍ୟ-ଶନି ଯୋଗ ସୃଷ୍ଟି ହେବ । ଏହି ଯୋଗ ମିଶ୍ରିତ ଫଳ ପ୍ରଦାନ କରେ । ପରିଶ୍ରମ କରିଥିବା ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଉନ୍ନତି ମିଳିବ । ଆଳସ୍ୟ କରୁଥିବା ଲୋକେ କ୍ଷତି ସହିବେ ।

ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ନିଜ ସ୍ୱରାଶି କିମ୍ବା ଉଚ୍ଚ ରାଶିରେ କେନ୍ଦ୍ର ଭାଗରେ ୧,୪,୭, ୧୦ରେ ରହିଲେ ଏହି ଯୋଗ ସୃଷ୍ଟି ହୋଇଥାଏ । ଏହା ମେ’ ୨୦୨୫ରେ ହେବାକୁ ଯାଉଛି । ଏହି ଯୋଗ ବ୍ୟକ୍ତି ବିଶେଷଙ୍କୁ ବଳ, ସାହସ, ଧନ, ମାନ-ସମ୍ମାନ ଓ ନେତୃତ୍ୱ କ୍ଷମତା ପ୍ରଦାନ କରିଥାଏ ।

SBI_Festive_Digital Billboard