ନୂଆଦିଲ୍ଲୀ, ୦୨/୦୮ : ଶାହରୁଖ ଖାନଙ୍କୁ ମିଳିଲା ୭୧ତମ ପ୍ରଥମ ଜାତୀୟ ପୁରସ୍କାର । ଜୱାନ ଫିଲ୍ମ ପାଇଁ ସଫଳତା ପାଇଲେ ଶାହରୁଖ । ଯାହା ତାଙ୍କ ଜୀବନର ୩୩ବର୍ଷ ପରିଶ୍ରମର ପ୍ରଥମ ଜାତୀୟ ପୁରସ୍କାର । ଏପରି ପରିସ୍ଥିତିରେ ଶାହରୁଖ ପାଇଥିବା ପୁରସ୍କାର ପାଇଁ ସେ ତାଙ୍କ ଟିମ୍, ପରିବାର ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ତାଙ୍କ ସୋସିଆଲ ମିଡିଆ ପେଜରେ ଫ୍ୟାନ୍ସଙ୍କ ସହ ଖୁସିର ମୁହୂର୍ତ୍ତକୁ ସେୟାର କରିଛନ୍ତି । ତାଙ୍କ ହାତରେ ପଟି ବନ୍ଧା ହୋଇଥିବାର ମଧ୍ୟ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ପୋଷ୍ଟ ସେୟାର କରିବା ସହ ସେ ଲେଖିଛନ୍ତି ଯେ, ’’ନମସ୍କାର, ଆଦାବ! ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ମୋ ପାଇଁ ଏକ ଏପରି ମୁହୂର୍ତ୍ତ ଯାହାକୁ ଜୀବନ ସାରା ପାଇଁ ମୁଁ ମନେ ରଖିବି । ଏହି ସମ୍ମାନ ପାଇଁ ଜୁରୀ, ଚେୟାରମ୍ୟାନ୍, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟଙ୍କୁ ମୋର ଧନ୍ୟବାଦ । ଏହା ସହିତ ସେ ଆହୁରି କହିଛନ୍ତି ଯେ, ଏହି ପୁରସ୍କାର ପାଇଁ ମତେ ଯୋଗ୍ୟ ଭାବିଲ । ମୋର ଫିଲ୍ମ ପ୍ରତି ଥିବା ଭଲପାଇବା ସମ୍ପର୍କରେ ମୋ ପରିବାର ଜାଣନ୍ତି । ଏଇଥି ପାଇଁ କେବଳ ସେମାନଙ୍କଠାରୁ ଦୂରେଇ ଯାଏ । କିନ୍ତୁ ସେମାନେ ଖୁସିରେ ଖୁସିରେ ସହି ଯାଆନ୍ତି । ଏଥିପାଇଁ ସେମାନଙ୍କ ପ୍ରତି ମଧ୍ୟ ମୁଁ ଗଭୀର କୃତଜ୍ଞ । ଏହା ମୋ ପାଇଁ କେବଳ ଜାତୀୟ ପୁରସ୍କାର ନୁହେଁ ବରଂ ଏହା ମୋର କାମକୁ ମନେପକାଇଦିଏ । ଏଭଳି ଭାବେ କହି ସମସ୍ତଙ୍କୁ ଶାହରୁଖ ଧନ୍ୟବାଦ ଜଣାଇଛନ୍ତି ।