ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନ

ମୁମ୍ବାଇ, ୧୬/୩ : ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନୀତ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ ତାଙ୍କୁ ଏହି ସମ୍ମାନର ସମ୍ବର୍ଦ୍ଧିତ କରିଛନ୍ତି। ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର କରାଯାଇଥିଲା। ଏହା ପରେ କରୋନା ଭାଇରସ ମହାମାରୀ,ଋଷିଆ-ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ମନ୍ଥରତା ଭଳି ଆହ୍ୱାନକୁ ଦାସ ତାଙ୍କ କାର୍ଯ୍ୟକାଳରେ ସଫଳତାର ସହ ମୁକାବିଲା କରିଛନ୍ତି।

ପବ୍ଲିକ ପଲିସି ଓ ଫାଇନାନସିଆଲ ମାର୍କେଟ ସମ୍ପର୍କିତ ପବ୍ଲିକେଶନ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ। ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାନଙ୍କ ଉପରେ ଏହି ପବ୍ଲିକେସନର ନଜର ରହିଥାଏ। ଏହା ପୂର୍ବରୁ ୨୦୧୫ ମସିହାରେ ଏହି ପବ୍ଲିକେସନ ଆରବିଆଇଙ୍କ ତତ୍କାଳୀନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନୀତ କରିଥିଲା। ପବ୍ଲିକେସନ ଶକ୍ତିକାନ୍ତ ଦାସଙ୍କୁ ଆୱାର୍ଡ ନୋଟ୍‌ରେ ୧୦ ବର୍ଷରେ ଭାରତର ଜିଡିପି ୯୦ ପ୍ରତିଶତ ବଢିଥିବାଓ ପ୍ରତି ବ୍ୟକ୍ତି ଆୟରେ ୭୦ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ଉଲ୍ଲେଖ କରିଛନ୍ତି।

ଦେଶର ପ୍ରତିବ୍ୟକ୍ତି ଆୟ ଏବେ ବାର୍ଷିକ ୨୪୦୦ ଡଲାର ରହିଛି। ୨୦୧୦ ମସିହାରେ ଏହା ୧୦୦୦ ଡଲାର ରହୁଥିଲା। କରୋନା ଭାଇରସ ମହାମାରୀ କାଳରେ ଅର୍ଥବ୍ୟବସ୍ଥାକୁ ସଂକଟରୁ ରକ୍ଷା କରିବା ପାଇଁ ତଥା ଏହାକୁ ଗତି ଦେବା ଲାଗି ଆରବିଆଇ ବେଞ୍ଚମାର୍କ ଲେଣ୍ଡିଂ ହାରରେ ହ୍ରାସ କରିଥିଲେ। ଏହା ଛଡା ସାଧାରଣ ଲୋକଙ୍କୁ କିଛି ମାସ ଲାଗି ଇଏମଆଇ ଛାଡର ନିଷ୍ପତ୍ତି ସହିତ ସୁଧହାରରେ ମଧ୍ୟ ରିହାତି ଦେଇଥିଲେ। କୋଭିଡ ମହାମାରୀ ଭଳି ସଂକଟର ମୁକାବିଲା ଲାଗି ଶକ୍ତିକାନ୍ତ ଦାସଙ୍କର ବଡ଼ ଭୂମିକା ଥିଲା ବୋଲି ପବ୍ଲିକେସନ କହିଛନ୍ତି।

SBI AD