କେନ୍ଦୁଝରରେ ଲଜ୍ଜା : ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର, ୧୬/୧୧ : କେନ୍ଦୁଝର ଜିଲ୍ଲାରେ ଜଣେ ୯ ବର୍ଷର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ପାଉଁରୁଟି ବିକାଳିକୁ କେନ୍ଦୁଝର କାଶିପୁରରୁ କାବୁ କଲା ପୁଲିସ । ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି । ଗତକାଲି ସଂପୃକ୍ତ ପାଉଁରୁଟି ବିକାଳି ନାବାଳିକାଙ୍କ ଦୋକାନକୁ ପାଉଁରୁଟି ଦେବାକୁ ଆସିଥିବା ବେଳେ ଘରେ କେହି ନଥିବା ସୁଯୋଗ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି । ପରିବାର ଲୋକେ ଘରକୁ ଆସିବା ପରେ ନାବାଳିକା ଜଣଙ୍କ କାନ୍ଦୁଥିବା ଦେଖି ପଚାରିବା ପରେ ଘଟଣା ଜଣାପଡ଼ିଥିଲା । ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ ଓ ଅଭିଯୁକ୍ତ ଜଣଙ୍କ ରହୁଥିବା କେନ୍ଦୁଝର ସହରର କାଶୀପୁରରୁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ ।