ବାରିପଦା : କିଛି ମାସର ବ୍ୟବଧାନ ପରେ ମଙ୍ଗଳବାରଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଯଶିପୁରପଟ ତାଲିକାପ୍ରସାଦ ଗେଟ୍ ଦେଇ ପ୍ରତ୍ୟେକ ଦିନ ୩୫ଟି ଓ ବାରିପଦାର ପିଠାବଟା ଗେଟ୍ ଦେଇ ୨୫ଟି ପର୍ଯ୍ୟଟକ ଗାଡ଼ିକୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତିପତ୍ର ମିଳିପାରିବ । ପର୍ଯ୍ୟଟକମାନଙ୍କ ପାଇଁ ଯାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଥିବାବେଳେ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।
ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଓ ଜାମୁଆଣି ଠାରେ ଇକୋ କଟେଜର ମଜା ଉଠାଇବା ପାଇଁ ଯାତ୍ରୀମାନେ ପୂର୍ବରୁ ଅନଲାଇନରେ ଲଗ୍ ଇନ୍ କରି ବୁକିଂ କରିବାକୁ ପଡ଼ିବ । ସେଥିପାଇଁ ପର୍ଯ୍ୟଟକଙ୍କ www.odishaecotourism.com ୱେବସାଇଟକୁ ଯିବାକୁ ପଡ଼ିବ । ଶିମିଳିପାଳ ଭିତରେ ପର୍ଯ୍ୟଟକମାନେ ପଲିଥିନ ବ୍ୟବହାର ନ କରିବା ନେଇ ପୂର୍ବରୁ କଣକଣା ଲାଗୁ କରାଯାଇଛି । ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ପ୍ରଥମେ ଫାଟକରୁ ଅନୁମତି ପତ୍ର ନେଇ ନେଇପାରିବେ । ଏହା ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମିଳିବାର ବ୍ୟବସ୍ଥା ହୋଇଛି ।
