ଭବିଷ୍ୟତରେ ମଙ୍ଗଳଗ୍ରହ ମଣିଷଙ୍କ ରହିବା ଯୋଗ୍ୟ ହୋଇପାରିବ କି ନାହିଁ, ସେନେଇ ଲୋକମାନେ ଦଶନ୍ଧି ଧରି ଚିନ୍ତା କରୁଛନ୍ତି । ମହାକାଶ ଏଜେନ୍ସିଗୁଡ଼ିକ ମଧ୍ୟ ଲାଲ୍ ଗ୍ରହରେ ଜଳ ଚିହ୍ନଟ କରିଛନ୍ତି । ତେବେ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି ନୁହେଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ସମୟରେ, ୟୁରୋପୀୟ ସ୍ପେସ୍ ଏଜେନ୍ସି ମଙ୍ଗଳ ଗ୍ରହର ଗ୍ରାଣ୍ଡ କାନିୟନର ଫଟୋ ଜାରି କରିଛି । ଏହି ଫଟୋଗୁଡ଼ିକ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିଦେବ । ମଙ୍ଗଳ ଗ୍ରହର ଗ୍ରାଣ୍ଡ୍ କାନିୟନର ମନମୁଗ୍ଧ ଫଟୋରେ ଲାଲ ଗ୍ରହର ଉଜ୍ଜ୍ୱଳ ରଙ୍ଗ ଏବଂ ସୁନ୍ଦରତାକୁ ଦର୍ଶାଉଛି ।

ଏହି ଖାଲଟି ପ୍ରାୟ ୮୦୦୦ ମିଟର ଗଭୀର, ଯାହା ଭାଲେସ୍ ମାରିନେରିସର ଉତ୍ତର ଭାଗରେ ଅବସ୍ଥିତ । ଯାହା ୩୦୦୦ କିଲୋମିଟର ଲମ୍ବା ‘ ମଙ୍ଗଳ ଗ୍ରହର ଗ୍ରାଣ୍ଡ କାନିୟନ’ ।

ମଙ୍ଗଳ ଗ୍ରହର ଗ୍ରାଣ୍ଡ୍ କାନିୟନ୍ ଫଟୋରେ ଲାଲ ଘାଟି ସ୍ପଷ୍ଟ ଭାବରେ ଦେଖାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ଏଠାରେ ଜଳ ଖଣିଜ ରହିଛି ।

ମଙ୍ଗଳ ଗ୍ରହରେ ସମତଳ ପର୍ବତ ମଧ୍ୟ ରହିଛି । ଏହା ଏକ ପୁରାତନ ମାଳଭୂମିର ଅବଶିଷ୍ଟାଂଶ ହୋଇପାରେ କିମ୍ବା ଆଗ୍ନେୟଗିରି ପଥରରେ ତିଆରି ହୋଇପାରେ ।
