ମୁକ୍ତିଲାଭ କଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’

ଭୁବନେଶ୍ୱର : ପ୍ରେକ୍ଷାଳୟରେ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’। ମୁକ୍ତିଲାଭ କରିଛି ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’। ବଡ ପରଦାରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବାକୁ ମିଳିଛି। ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ ନିବେଦିତ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ର ପ୍ରଯୋଜନା ସହ ନିର୍ଦ୍ଦେଶନା ଦେଇଛନ୍ତି ବିନି ସାମଲ।

ଅନ୍ୟତମ ପ୍ରଯୋଜକ ରହିଛନ୍ତି ଦିଲ୍ଲୀପ କୁମାର ଜେନା।ଶ୍ରୀ ଜଗନ୍ନାଥଙ୍କ ମହିମା ଉପରେ ଆଧାରିତ ତଥା ତାରକା ଖଚିତ ଏହି ସିନେମାକୁ ନିର୍ମାଣ ପାଇଁ କଳାକାର ଓ ଟେକନିସିଆନଙ୍କୁ ପ୍ରାୟ ୩ ବର୍ଷ ଅକ୍ଲାନ୍ତ ପତିଶ୍ରମ କରିବାକୁ ପଡିଛି। ସିଦ୍ଧାନ୍ତ ମହାପାତ୍ର, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଶ୍ରୀତମ, ଅଂଶୁମାନ, ପିଙ୍କି, କୁନା ତ୍ରିପାଠୀ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ରବି ମିଶ୍ର ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ଏଥିରେ ଅଭିନୟ କରିଛନ୍ତି।

ପ୍ରସିଦ୍ଧ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଡ଼. ନିର୍ମଳ ନାୟକଙ୍କ ରଚିତ ଜଗତରେ ପାଇବୁନି ଏମିତି ଠାକୁର’ ଗୀତ ବେଶ ଭାଇରାଲ ହୋଇଛି। ଗୁରୁଜୀ ଚନ୍ଦ୍ର ଭାନୁ ଶତପଥୀ ଗୀତ ରଚନା କରିବା ସହ ଦୁଇଟି ଗୀତରେ ସଙ୍ଗୀତ ଦେଇଛନ୍ତି।

SBI_Festive_Digital Billboard