ନୂଆଦିଲ୍ଲୀ, ୧୫/୦୭ : ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଲା । ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ କଲେ । ଶୁଭାଂଶୁଙ୍କ ସହିତ ଅନ୍ୟ ୩ ଜଣ ମହାକାଶଚାରୀ ଫେରିଛନ୍ତି । କାଲିଫର୍ଣ୍ଣିଆ ତଟବର୍ତ୍ତୀ ଅଞ୍ଚଳରେ ଅବତରଣ କରିଛନ୍ତି । କିଛି ଦିନ ମେଡିକାଲ ସୁପରଭିଜନରେ ରହିବେ । ଶୁଭାଂଶୁ ଓ ମିଶନ -୪ କ୍ରିୟୁ ମହାକାଶରେ ୬୦ଟି ପରୀକ୍ଷା କରିଛନ୍ତି । ଇସ୍ରୋ ପାଇଁ ୭ଟି ପରୀକ୍ଷଣ କରାଯାଇଛି । ଶୁଭାଂଶୁଙ୍କ ସ୍ପେସ୍ ଅଭିଜ୍ଞତା ଭାରତର ନିଜସ୍ବ ସ୍ପେସ୍ ଷ୍ଟେସନ୍ ପାଇଁ ବହୁ ଉପଯୋଗୀ ହେବ । ISSରେ ୧୮ ଦିନ ରହିଛନ୍ତି ୪ ମହାକାଶଚାରୀ । ୧୦ ଅକ୍ଟୋବର ୧୯୮୫ରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ୨୦୦୬ ମସିହାରେ ବାୟୁସେନାରେ ଜଣେ ଲଢ଼ୁଆ ପାଇଲଟ୍ ଭାବରେ ଯୋଗ ଦେଇଥିଲେ । ସେ ମିଗ୍, ସୁଖୋଇ, ଡୋର୍ନିଅର୍, ଜାଗୁଆର ଏବଂ ହକ୍ ଭଳି ବିମାନ ଉଡ଼ାଇଛନ୍ତି ଏବଂ ୨୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରଖିଛନ୍ତି । ଆକ୍ସିଅମ -୪ ମିଶନରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲାଙ୍କ ତାଲିମ ପାଇଁ ISRO ୫ ବିଲିୟନ ଟଙ୍କା (ପ୍ରାୟ $୫୯ ନିୟୁତ) ଖର୍ଚ୍ଚ କରିଛି । ISRO କହିଛି ଯେ ISS ରେ ତାଙ୍କର ବ୍ୟବହାରିକ ଅଭିଜ୍ଞତା ଯାତ୍ରା ଭାରତର ଭବିଷ୍ୟତର ମାନବ ମହାକାଶ ମିଶନ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ଜୁନ୍ ୨୫ରେ ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଥିଲା ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି ।
