ଆସନ୍ତାକାଲି ଖୋଲିବ ପ୍ରସିଦ୍ଧ ସିଦ୍ଧ ଭୈରବୀ ପୀଠ

ଗଞ୍ଜାମ,୦୮/୦୨: ରାଜ୍ୟରେ କରୋନା କଟକଣା କୋହଳ ହୋଇଛି । ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ ମନ୍ଦିର ଖୋଲିଛି । କିନ୍ତୁ ପୂଜକ-ପରିଚାଳନା କମିଟି ବିବାଦ ଯୋଗୁଁ ଜିଲ୍ଲାର ରଙ୍ଗେଇଲୁଣ୍ଡା ପ୍ରସିଦ୍ଧ ସିଦ୍ଧ ଭୈରବୀ ପୀଠରେ ଭକ୍ତ ମାନେ ଦେବୀ ଦର୍ଶନରୁ ବଞ୍ଚିତ ହେଉଥିଲେ । ତେବେ ଆସନ୍ତା ମଙ୍ଗଳବାରରୁ ପୀଠ ଖୋଲିବ ବୋଲି ସୂଚନା ମିଳିଛି । ତା ପୂର୍ବରୁ ରବିବାର ମନ୍ଦିର ପରିସରକୁ ଅଗ୍ନିଶମ ବାହିନୀ ସହ ଯୋଗରେ ବିଶୋଧିତ କରାଯାଇଛି ।

ଆସନ୍ତା ୯ ତାରିଖରୁ ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ ସହପୂଜାର୍ଚ୍ଚନା କରିପାରିବେ । ପ୍ରତ୍ୟେକ ସୋମବାର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପୀଠ ବନ୍ଦ ରହିବ । ସେହିଦିନ ମନ୍ଦିରକୁ ବିଶୋଧିତ କରାଯିବ ବୋଲି ସୂଚନା ଦେଇଛି ମନ୍ଦିର ପରିଚାଳନା କମିଟି । ଏନେଇ ମନ୍ଦିର କମିଟି, ସେଠାକାର ଉଠା ଦୋକାନୀ, ସ୍ଥାନୀୟବାସିନ୍ଦା ନିକଟରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଛତ୍ରପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।