ମେଗା ଧାରାବାହିକରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର, ୧୯/୧୨ : ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବେ ଛୋଟ ପରଦାରେ ନଜର ଆସିବେ । ଜୀ-ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ଓଡ଼ିଆ ମେଗା ଧାରାବାହିକ ‘କେମିତି କହିବି କହ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ସୁପ୍ରିୟା । ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟପରଦାର ଅଗଣିତ ଦର୍ଶକଙ୍କ ପାଇଁ ଏହା ହେବ ନୂଆ ବର୍ଷର ଭେଟି ।

ଓଡିଆ ସିନେମାର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ ‘କେମିତି କହିବି କହ’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । କ୍ୟାମେରା ପରିଚାଳନା କରିଛନ୍ତି ସୀତାଂଶୁ ମହାପାତ୍ର । ଏହି ଧାରାବାହିକ ନିଶ୍ଚିତ ଭାବେ ଓଡ଼ିଆ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ଦେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । କରୋନା କାଳରେ ଏହି ବିରାଟ ପ୍ରକଳ୍ପର ପରିକଳ୍ପନା କଳାକାର ଓ ଟେକ୍‌ନିସିଆନଙ୍କ ମନରେ ଆଶା, ବିଶ୍ୱାସ ଓ ଭରସା ଆଣିଦେଇଛି ।