ସିକନ୍ଦରକୁ ଗିରଫ କଲା ଜଗତସିଂହପୁର ପୁଲିସ, ଚାଲିଛି ପଚରାଉଚରା

ଭୁବନେଶ୍ୱର,୨୨/୧୧: ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କୁ ରଖିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୁଲିସ। ଏବେ ସିକନ୍ଦରକୁ ଅଜ୍ଞାତ ସ୍ଥାନରେ ରଖି ପଚାର ଉଚରା କରୁଛି ପୁଲିସ। ସିକନ୍ଦର ନିକଟରୁ ପାସପୋର୍ଟ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପୁଲିସ ଆଖିରେ ଧୂଳି ଦେଇ ସିକନ୍ଦର ୭ ଦିନ ହେବ ଫେରାର ଥିଲା। ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ତରିକୁନ୍ଦ ବେରାହିମପୁରର ସିକନ୍ଦର ଆଲାମ ମର୍ଚ୍ଚାଣ୍ଟ ନାଭିରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବାରୁ ତା’ର ବିଦେଶ ଲିଙ୍କ୍‌ ଥିବା ସନ୍ଦେହ କରିଥିଲା ପୁଲିସ । ସିକନ୍ଦରର କେତେକ ବ୍ୟାଙ୍କ ଜମାଖାତା କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଥିବାର ସୁରାକ ମିଳିଥିବାରୁ ବିଦେଶ ଲିଙ୍କ୍‌ ସନ୍ଦେହ ଦୃଢୀଭୂତ ହୋଇଥିଲା ।