ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ରୁପା ମୂଲ୍ୟ ୧୫ ହଜାର ଟଙ୍କା ହ୍ରାସ ପାଇଛି। ଫଳରେ ତାହାର କେଜି ପିଛା ଦାମ ୨,୪୫,୦୦୦ ଟଙ୍କା ହୋଇଛି। ଗତ କିଛି ଦିନ ଧରି ଉଭୟ ସୁନା ଓ ରୁପା ଦର ଅସ୍ଥିର ରହିଛି। ଯୁଦ୍ଧକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଏଭଳି ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଆଜି ୨୨ କ୍ୟାରେଟ ସୁନା ଦାମ ୧୫୦ ଟଙ୍କା ବଢ଼ି ୧,୩୨,୬୫୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୬୦ ଟଙ୍କା ବଢ଼ି ୧,୪୪,୭୧୦ ଟଙ୍କା ହୋଇଛି।
ଯୁଦ୍ଧପାଇଁ ନିବେଶ ବଜାରରେ ଅନିଶ୍ଚିତତା ସହ କ୍ଷତିର ପରିବେଶ ଦେଖାଦେଇଛି। ହେଲେ ଏବେ ପାଞ୍ଚଦିନର ଯୁଦ୍ଧ ବିରତି ସେୟାର୍ ବଜାର ଉପରେ ଭଲ ପ୍ରଭାବ ପକାଇବ ବୋଲି ନିବେଶକମାନେ ଆଶାବାଦୀ ଅଛନ୍ତି।
ଇରାନ-ଇସ୍ରାଏଲ୍-ଆମେରିକା ମଧ୍ୟରେ ଯୁଦ୍ଧ ପାଇଁ ଏବେ ବିଶ୍ବ ବଜାରରେ ଆର୍ଥିିକ ମାନ୍ଦାବସ୍ଥା ଲାଗି ରହିଛି। ଅଶୋଧିତ ତୈଳ ଦରରେ ବୃଦ୍ଧି, ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଓ ଟଙ୍କାର ମୂଲ୍ୟରେ ବଡ଼ ହ୍ରାସ ଆମ ଅର୍ଥନୀତିକୁ ଅଡ଼ୁଆରେ ପକାଇ ଦେଇଛି। ଇରାନ ଯୁଦ୍ଧ ପରଠାରୁ ଏବେ ବିଶ୍ବ ବଜାରରେ ତୈଳ ଓ ଗ୍ୟାସ୍ ସଂକଟ ବି ଦେଖିବାକୁ ମିଳିଛି।