ଭୁବନେଶ୍ୱର, ୧୫/୧୦ : ଆସନ୍ତା ୧୮ ତାରିଖ ଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ରହିବ । ପର୍ଯ୍ୟଟକଙ୍କ ସହ ଏଥର ରହିବେ ମହିଳା ଟୁର ଗାଇଡ। ତେବେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିବ । ଯଶିପୁର କାଳିଆଣି ଗେଟ ଦେଇ ୩୫ଟି ଗାଡି ଏବଂ ବାରିପଦା ପିଠାବଟା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ପ୍ରବେଶ ଅନୁମତି ରହିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ବର୍ଷା ଋତୁ ପାଇଁ ଚାରି ମାସ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ଜୁଲାଇ ୧ରୁ ବନ୍ଦ ଥିଲା ଶିମିଳିପାଳ। ପ୍ରତ୍ୟେକ ବର୍ଷ ବର୍ଷା ୠତୁ ଆସିଲେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନିଷେଧ ରହିଥାଏ । ପାହାଡିଆ ଅଙ୍କାବଙ୍କା ଉଠାଣିଆ ରାସ୍ତା ବର୍ଷାରେ ଧୋଇଯିବା ଯୋଗୁଁ ଏହା ବିପଦ ସଂକୁଳ ଅବସ୍ଥାରେ ରହିଥାଏ । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେନେଇ ପାଖାପାଖି ଦୁଇ ମାସ ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ବାରଣ କରାଯାଇଥାଏ । ତେବେ ବର୍ଷା ଋତୁ ସରି ଆସୁଥିବା ବେଳେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ ।
