ଏହି ଖାଦ୍ୟ ସେବନରେ ଶୀଘ୍ର ହ୍ରାସ ହୁଏ ଓଜନ

ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ହ୍ରାସ ପାଇଁ ସଭିଏଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଦେଖାଯାଏ। ମାତ୍ର ଶୀତ ଦିନେ ବିଶେଷ କରି ଖାଦ୍ୟପେୟରେ ପରିବର୍ତ୍ତନ ପାଇଁ ଓଜନ ହ୍ରାସ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣତଃ ଲୋକେ ଥଣ୍ଡା କାରଣରୁ ବ୍ୟାୟାମ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେବେ କିଛି ସ୍ୱତନ୍ତ୍ର ଖାଦ୍ୟର ମଜା ନେଇ ଓଜନ ହ୍ରାସ କରିବେ କିପରି ଜାଣନ୍ତୁ…

ପାଳଙ୍ଗ ଢୋକଲା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ। ବେସନ, ଦହି, ସୁଜିରେ ଏହା ପ୍ରସ୍ତୁତ କରାଯାଏ। ଯାହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।

ମେଥି ପିଠା ମଧ୍ୟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାକୁ ନିୟମିତ ଭାବେ ସନ୍ଧ୍ୟା କିମ୍ବା ସକାଳର ଜଳଖିଆରେ ସାମିଲ କରନ୍ତୁ। ଏହା ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ।

ମଖାନା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ବିନା ତେଲ କିମ୍ବା ଘିଅରେ ମଧ୍ୟ ପ୍ରସ୍ତୁତ କରି ପାରିବେ। ଏହାକୁ ମଧ୍ୟ ଜଳଖିଆରେ ସେବନ କରି ପାରିବେ।

ଉପମା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରି ପ୍ରସ୍ତୁତ କରିପାରିବେ। ଏହା ସ୍ୱାସ୍ଥ୍ୟକର ହେବା ସହ ଓଜନ ମଧ୍ୟ ହ୍ରାସ କରିଥାଏ। କାରଣ ଏହାକୁ ସେବନ କରିବା ଦ୍ୱାରା ଦୀର୍ଘ ସମୟ ଯାଏଁ ଭୋକ ଅନୁଭବ ହୋଇନଥାଏ।

ମକାରେ କ୍ୟାଲୋରୀ କମ ମାତ୍ରାରେ ଥାଏ। ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ମିଠା ମକା ଖାଇ ପାରିବେ। ଏହା ସହଜରେ ହଜମ ହେବା ସହ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।

ଗଜାବୁଟ ଓ ମୁଗ ପୋଷକ ତତ୍ତ୍ୱରେ ଭରପୁର। ଏଥିରେ ଫାଇବର ସହ ଅନ୍ୟ ଭିଟାମିନ ରହିଛି। ଏହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏହାକୁ ଜଳଖିଆରେ ସେବନ କରିପାରିବେ।

SBI AD