ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେବା ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୨/୦୧ : ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସ୍ ବୁକରେ ଧମକପୂର୍ଣ୍ଣ ପୋଷ୍ଟ । ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ । ପ୍ରେମରେ ବିଫଳ ହେବାରୁ ପ୍ରେମିକାକୁ ବଦନାମ କରିବାକୁ ଅଭିଯୁକ୍ତ ରଚିଥିଲା ପ୍ଲାନ୍ । ଜୁଲି ରାଣୀ ପଣ୍ଡା ନାମ୍ନୀ ମହିଳା ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଗତ ୧୧ ତାରିଖରେ ତାଙ୍କ ନାଁରେ ଖୋଲିଥିଲେ ଫେସବୁକ୍ ଆକାଉଣ୍ଟ । ତାଙ୍କ ସିମ୍ ବ୍ୟବହାର କରି ବଦନାମ କରିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟରକୁ ବୋମାରେ ଉଡ଼ାଇ ଦେବା ସହ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ କରିବାକୁ ଧମକପୂର୍ଣ୍ଣ ମେସେଜ ଦେଇଥିଲା ଅଭିଯୁକ୍ତ । ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ପାନେ ଦେବାକୁ ଏପରି ଷଡ଼ଯନ୍ତ୍ର କରିଥିଲା । ହେଲେ ବୋମା ଧମକ ଯେ ତାକୁ ଜେଲକୁ ପଠାଇବ ଏକଥା ଚିନ୍ତା କରିନଥିଲା ।