ଜାପାନ ପ୍ରଧାନମନ୍ତ୍ରୀ ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବୋମା ବିସ୍ପୋରଣ

ନୂଆଦିଲ୍ଲୀ ୧୫/୦୪: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବୋମା ବିସ୍ପୋରଣ ଘଟିଛି । ଓ୍ୱାକାୟାମା ସହରରେ ଫୁମିଓ କିସିଦା ଭାଷଣ ଦେବାର ଠିକ ଆଗରୁ ସ୍ମୋକ୍ ବମ୍‌ରେ ହମଲା କରାଯାଇଥିଲା । ସ୍ମୋକ୍ ବମ୍ ଯୋଗୁ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ତାଙ୍କୁ ସୁରକ୍ଷାକର୍ମୀମାନେ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ । ଘଟଣା ପରେ ସେଠାରେ ଭିଡ ଦେଖିବାକୁ ମିଳିଥିଲା । ଏହି ଭିଡ ଭିତରୁ ପୋଲିସ ଜଣଙ୍କୁ ଗିରଫ କରିଛି । ୮ମାସ ଆଗରୁ ୨୦୨୨ ଜୁଲାଇ ୮ ତାରିଖରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ସମୟରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏବେ ପୁଣି ଥରେ ସେମିତି ଏକ ହମଲା ହୋଇଛି ।