କଂଗ୍ରେସରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି

ଭୁବନେଶ୍ବର,୬/୪: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ଲଢିଥିଲେ ସ୍ମୃତିରେଖା ପହି । କଂଗ୍ରେସ ଦିନକୁ ଦିନ ତଳକୁ ଯାଉଛି । ତେଣୁ ଦଳ ଉପରେ ଭରଷା ପାଉନାହିଁ । ଧର୍ମଶାଳାରେ ଅନେକ ସମସ୍ୟା ପ୍ରସଙ୍ଗରେ ଦଳର ସହଯୋଗ ମିଳିଲା ନାହିଁ । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।