ମଧ୍ୟାହ୍ନ ଭୋଜନରେ ମିଳିଲା ମଲା ସାପ , ୩୦ରୁ ଅଧିକ ପିଲା ଅସୁସ୍ଥ

ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ଏକ ମୃତ ସାପ ଦେଖିବାକୁ ମିଳିଛି । ଏହି ଖାଦ୍ୟରୁ ୩୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି। ପିଲାମାନେ ହଠାତ୍ ବାନ୍ତି ଆରମ୍ଭ କରିଥିଲେ । ଏହା ପରେ ସେମାନଙ୍କୁ ରାମପୁରହାଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଖାଦ୍ୟ ପ୍ରସ୍ତୁତ କରୁଥିବା ଜଣେ ସ୍କୁଲ କର୍ମଚାରୀ ଦାବି କରିଛନ୍ତି ଯେ ଡାଲି ଭର୍ତ୍ତି ଏକ ପାତ୍ରରେ ସାପ ମିଳିଛି ।

ଏହାପରେ ସ୍କୁଲ ପରିସରରେ ପିତାମାତାମାନେ ଭଙ୍ଗା ରୁଜା କରୁଥିବାର ସୂଚନା ମିଳିଛି । ସୂଚନାମୁତାବକ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଅନେକ ସ୍କୁଲ ପିଲା ଏଠାରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ଏହି ଘଟଣା ଘଟିଥିବା ସୂଚନାମିଳିଛି । କୁହାଯାଇଛି ଯେ ପିଲାମାନଙ୍କ ଖାଦ୍ୟରେ ଏକ ସାପ ମିଳିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପିଲାମାନଙ୍କର ଅଭିଭାବକମାନେ ବିଦ୍ୟାଳୟକୁ ଘେରି ରହିଥିଲେ ଏବଂ ନିକଟରେ ପାର୍କିଂ ହୋଇଥିବା ଦୁଇଟି ଚକିଆ ଯାନକୁ ଭଙ୍ଗାରୁଜା କରିଥିଲେ।

କ୍ରୋଧିତ ଅଭିଭାବକମାନେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ।ଏହି ଘଟଣା ବୀରଭୂମର ମୟୂରେଶ୍ୱର ମଣ୍ଡଳପୁର ପ୍ରାଥମିକ ବିଦ୍ୟାଳୟର ଅଟେ। ଅସୁସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାମପୁରହାଟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେହି ବିଦ୍ୟାଳୟରେ ବିରୋଧ ଆରମ୍ଭ କରିଥିଲେ। ଏହି ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ର ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

SBI AD