ନୀଳଗିରି : ବାଇକ୍ ହାଣ୍ଡେଲରେ ରହିଛି ନାଗସାପ । ଫଣା ଟେକି ଡରାଉଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଭଉଁରୀଆବାଡ଼ ପଞ୍ଚାୟତ ତୁଳସିଡିହା ଗ୍ରାମରୁ ଏକ ବାଇକ ହ୍ୟାଣ୍ଡଲରୁ ନାଗ ସାପ ଉଦ୍ଧାର କରାଯାଇଛି।
ସୂଚନାନୁସାରେ, ଗ୍ରାମର ଅଭୟ ସିଂଙ୍କ ବାଇକ ହ୍ୟାଣ୍ଡେଲ ଭିତରେ ଏକ ସାପ ଦେଖିବାକୁ ମିଳିଥିଲା । ଏହା ଗର୍ଜନ କରୁଥିବାର ଶୁଣିବାକୁ ପାଇଥିଲେ ଅଭୟ। ତେବେ ଗ୍ରାମର ବସନ୍ତ ବିନ୍ଧାଣି, ଅକ୍ଷୟ ବିନ୍ଧାଣି ଓ ସୁଶୀଲ ସିଂ ମିଳିତ ଭାବେ ବହୁ ସତର୍କତାର ସହ ସାପଟିକୁ ଖୋଲି ପାଖ ଜଙ୍ଗଲରେ ଛାଡ଼ିଦେଇଛନ୍ତି।
ଏବେ ରାଜ୍ୟରେ ଅଧିକ ତାତି ଅନୁଭୂତ ହେଉଥିବାରୁ ସାପମାନେ ଗାତରୁ ବାହାରି ଆସି ଥଣ୍ଡା ସ୍ଥାନକୁ ଚାଲିଯାଉଛନ୍ତି । ଖରାଦିନେ ମଧ୍ୟ ସାପ ଅଧିକ ଦେଖାଯାଆନ୍ତି । ଥଣ୍ଡା ଲାଗୁଥିବା ସ୍ଥାନରେ ସେମାନେ ଆଶ୍ରୟ ନିଅନ୍ତି ।