ଭୁବନେଶ୍ୱର,୫/୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ପବିତ୍ର ଜଳ ବିଜେ ନୀତି ଆରମ୍ଭ ହୋଇଛି । ୧୦୮ ଗରା ସୁବାସିତ ଜଳ ରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ଆଜି ପୂର୍ବାହ୍ନରୁ ଜାରି ରହିଛି ଶ୍ରୀଜୀଉଙ୍କ ସ୍ନାନ। ଶୀତଳା ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋସେଇଁ ୧୦୮ ଗରା ଜଳ ଆଣିଛନ୍ତି। ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ ଗରା ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ ଗରା ଜଳ ରହିଛି। ଚତୁର୍ଦ୍ଧାମର୍ତ୍ତିଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ଭିତରେ ସ୍ନାନଯାତ୍ରା ସେବା କାର୍ଯ୍ୟ ପାଇଁ ସେବକଙ୍କୁ ନିର୍ଦେଶ ରହିଛି।
ନୀତି ନିର୍ଘଣ୍ଟ ଅନୁସାରେ, ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ପହଣ୍ଡି ଆରମ୍ଭ ହୋଇଛି । ଦିନ ୧୧ଟାରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ଥର ବିନା ଭକ୍ତ ରେ ସ୍ନାନ ଯାତ୍ରା ହେଉଛି । ଭକ୍ତ ମାନେ ଘରେ ବସି ଟିଭି ରେ ସ୍ନାନ ପୂର୍ଣ୍ଣିମା ନୀତି ଦେଖିବେ ।