ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛରିଆ। ପୂର୍ବରୁ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚନରେ ବିଜୟ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ ସ୍ନେହାଙ୍ଗିନୀ । ଦଳ ଏଥର ଊପନିର୍ବାଚନରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ସ୍ନେହାଙ୍ଗିନୀ ନୂଆପଡାରେ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଥିଲେ । ସବୁଠାରୁ ବଡ କଥା ହେଉଛି ନୂଆପଡା ହେଉଛି ତାଙ୍କ ମୁାମୁଁଙ୍କ ଘର । ଏଠାରେ ସେ ଅନେକ ସମୟ ବିତାଇବା ସହ ଲୋକଙ୍କୁ ଭଲ ଭାବରେ ଜାଣିଛନ୍ତି । ତେବେ ସ୍ନେହାଙ୍ଗିନୀଙ୍କ ପାଇଁ ବିଜେଡ଼ି ସଭାପତି ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।
