ଭୁବନେଶ୍ୱର,୨୮/୧୦: ସମ୍ନାନଜନକ ଟାଇମ୍ସ ହାଇଅର ଏଜୁକେସନ୍ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କିଂରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧-୮୦୦ କାଟାଗୋରୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି) ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି |
ବୁଧବାର ପ୍ରକାଶିତ ଏହି ରାଙ୍କିଂରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ୍ କାଟାଗୋରୀରେ ‘ସୋଆ’ ୬୦୧ ପ୍ଲସ ବ୍ରାକେଟରେ ସ୍ଥାନ ପାଇଛି | ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କିଂରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୦୦୧ ପ୍ଲସ କାଟାଗୋରୀରେ ସୋଆ ସ୍ଥାନ ପାଇଥିଲା।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତାକୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡକୁ ଆଧାର କରି ଏହି ରାଙ୍କିଂ ପ୍ରସ୍ତୁତ କରାଯାଇଛି | ସୋଆ ଅଧୀନରେ ନଅଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତ ବର୍ଷ ନାସନାଲ ଇନ୍ଷ୍ଟିଚ୍ୟୁଟସ୍ନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ ) ୨୦୨୦ ମସିହାରେ ଦେଶର ୨୦ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନ ପାଇଛି |
ସେହିପରି ଏହାର ମେଡିକାଲ ସାଇନ୍ସ ଫ୍ୟାକ୍ଲଟି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ୨୩ ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) ୩୪ ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ୍ ଏନଆଇଆରଏଫ ରାଙ୍କିରେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।