ଭୁବନେଶ୍ୱର, ୦୫/୦୮ : ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ କୁହାଯାଇଛି। ନୂଆ ନିଯୁକ୍ତି ନେଇ ସୋଭନା ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ ସରକାର ଯେଉଁ ଦାୟିତ୍ବ ଦେଇଛନ୍ତି, ତାକୁ ଠିକ୍ ଭାବେ ତୁଲାଇବି। ମୖହିଳାଙ୍କୁ ଠିକ ଭାବେ ନ୍ୟାୟ ଦେବାକୁ ଉଦ୍ୟମ କରିବି। ଆମ ସରକାରରେ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ। ମୁଁ ବାଲେଶ୍ବରର ଝିଅ, ନ୍ୟାୟ ପାଇଁ ସବୁବେଳେ ଲଢ଼ିବି। ନିଜ ଦଳ ହୁଅନ୍ତୁ ବା ଅନ୍ୟ କେଉଁ ଦଳର ହୁଅନ୍ତୁ ଦୋଷୀଙ୍କୁ ଛଡ଼ାଯିବ ନାହିଁ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚା ଜାରି ହୋଇଛି । ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ 6 ସଦସ୍ୟ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜତା ନାୟକ ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ।