ସୋସିଆଲ ମିଡିଆ ବଢାଉଛି ଡିପ୍ରେସନ : ରିପୋର୍ଟ

ଆଜିକାଲି ଅଧିକାଂଶ ଲୋକ ଡିପ୍ରେସନର ଶିକାର ହେଉଛନ୍ତି । ପାଠପଢା, କ୍ୟାରିୟର, ପରିବାର, ଚାକିରି ହେଉ ବା ଅନ୍ୟ ମାମଲାରେ ଲୋକମାନେ ଡିପ୍ରେସନକୁ ଚାଲିଯାଉଛନ୍ତି । ଯାହାର ସମାଧାନକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଚାଲିଛନ୍ତି । ଡିପ୍ରେସନ ପାଇଁ ଜରୁରୀ ନୁହେଁ କି ଏହା କେବଳ ମେଡିସିନ ଦ୍ୱାରା ଠିକହୋଇପାରିବ ।

ବ୍ରିଟିଶ ବୈଜ୍ଞାନିକ ଏହାକୁ ନେଇ ଏକ ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ୧୮ରୁ ୭୨ ବୟସର ଲୋକଙ୍କୁ ନେଇ ୧୫୪ଲୋକଙ୍କ ଉପରେ ରିସର୍ଚ୍ଚ ହୋଇଥିଲା । ରିସର୍ଚ୍ଚରେ ସାମନାକୁ ଆସିଥିବା କଥା ଏଭଳି କିଛି କି ମାମଲାକୁ କଣ୍ଟ୍ରୋଲ କରିବା ପାଇଁ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ରିସର୍ଚ୍ଚ କରୁଥିବା ବାଥ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ କହିବା କଥା ସୋସିଆଲ ମିଡିଆ ଅଧିକାଂଶ ଲୋକଙ୍କର ଜୀବନର ଅଙ୍ଗ ପରି ହୋଇଗଲାଣି ।

ଯଦି ଆପଣ ଏକ ଘଣ୍ଟା ବି ସୋସିଆଲ ମିଡିଆରେ ବିତୋଉଛନ୍ତି ତେବେ ନକରାତ୍ମକ ପ୍ରଭାବ ବଢିଥାଏ । ଏଥିପାଇଁ ଯଦି ଆପଣ ଡିପ୍ରେସନ ସହ ଯୋଡି ରହୁଛନ୍ତି ତେବେ ସୋସିଆଲ ମିଡିଆ ଠାରୁ ଅତି କମରେ ସପ୍ତାହ ଦୂରେଇ ରୁହନ୍ତୁ । ରିସର୍ଚ୍ଚ କରାଯାଇଥିବା ଲୋକଙ୍କୁ ଏକ ଗ୍ରୁପ କରିଦିଆଗଲା । ଏଥିରେ ଏକ ଗ୍ରୁପକୁ ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ କୁହାଗଲା । ଏମାନଙ୍କ ଉପରେ ନଜର ରଖାଗଲା ।

ଏହାପରେ ଏଥିରେ ଡିପ୍ରେସନ ଓ ଚିନ୍ତା କେତେ କମିଲା ତାକୁ ବୁଝିବା ପାଇଁ କେତୋଟି ପ୍ରଶ୍ନ ମଧ୍ୟ ପଚରାଗଲା । ଏବଂ ଏହାପରେ ଡିପ୍ରେସନରେ ଥିବା ମଣିଷଙ୍କ ମଧ୍ୟରେ ୫୦ ପ୍ରତିଶତ ସୁଧାର ଆସିଥିବା ଦେଖାଯାଇଥିଲା । ତେଣୁ କୁହାଯାଇଛି କି ଏକ ଛୋଟ ବ୍ରେକ ମଧ୍ୟ ଅନେକ ସୁଧାର ଆଣିପାରେ । ତେଣୁ କିଛି ଦିନ ହେଉ ବରଂ ସୋସିଆଲ ମିଡିଆଠୁ ଦୂରେଇ ରୁହନ୍ତୁ, ଯାହାଫଳରେ ଆପଣ ତାର ଫରକ ନିଜେ ଅନୁଭବ କରିପାରିବେ ।